ETV Bharat / bharat

ଭାରତୀୟ ୟୁନିଟକୁ ଆମାଜନର 23.10 ବିଲିୟନ ସାହାଯ୍ୟ

author img

By

Published : Jul 8, 2020, 5:43 PM IST

ଦେଶରେ ବଢୁଥିବା ଚାହିଦା ଦେଖି ଆମାଜନ କମ୍ପାନୀ ଏହାର ଭାରତୀୟ ୟୁନିଟରେ ଅଧିକ ଟଙ୍କାର ନିବେଶ କରିଛି । ଭାରତରେ ଥିବା ଆମାଜନ ସେଲର ସର୍ଭିସରେ କମ୍ପାନୀ 23.10 ବିଲିୟନ(308.02 ମିଲିୟନ ଡଲାର) ଅର୍ଥ ବିନିଯୋଗ କରିଛି । ଅଧିକ ପଢନ୍ତୁ...

ଭାରତୀୟ ୟୁନିଟକୁ ଆମାଜନର 23.10 ବିଲିୟନ ସାହାଯ୍ୟ
ଭାରତୀୟ ୟୁନିଟକୁ ଆମାଜନର 23.10 ବିଲିୟନ ସାହାଯ୍ୟ

ହାଇଦ୍ରାବାଦ: ଭାରତରେ ଏବେ ଅନଲକ୍ ପର୍ଯ୍ୟାୟ ଚାଲିଥିବାବେଳେ ସମସ୍ତେ ଅନଲାଇନ ଉପରେ ଅଧିକ ନିର୍ଭର କରୁଛନ୍ତି । ଭିଡ ଜାଗା ତଥା ବାହାରକୁ ଯିବାକୁ ଅନେକ ଲୋକ ଉଚିତ ମଣୁନାହାନ୍ତି । ସମସ୍ତ ସାମଗ୍ରୀ ଘରେ ବସି ଅନଲାଇନରେ ମଗାଉଛନ୍ତି । ଏପରି ସମୟରେ ଆମାଜନ ସମତେ ଅନ୍ୟାନ୍ୟ ଅନଲାଇନ ପ୍ଲାଟଫର୍ମର ଅଧିକ ଡିମାଣ୍ଡ ବଢିଛି । ମୋବାଇଲଠାରୁ ଆରମ୍ଭ କରି ଗ୍ରୋସରୀ ପର୍ଯ୍ୟନ୍ତ ସମସ୍ତ ସେବା ପାଇଁ ଆମାଜନ ପ୍ରଥମ ପସନ୍ଦ ପାଲଟିଛି ।

ଦେଶରେ ବଢୁଥିବା ଚାହିଦା ଦେଖି ଆମାଜନ କମ୍ପାନୀ ଏହାର ଭାରତୀୟ ୟୁନିଟରେ ଅଧିକ ଟଙ୍କାର ନିବେଶ କରିଛି । ଭାରତରେ ଥିବା ଆମାଜନ ସେଲର ସର୍ଭିସରେ କମ୍ପାନୀ 23.10 ବିଲିୟନ(308.02 ମିଲିୟନ ଡଲାର) ଅର୍ଥ ବିନିଯୋଗ କରିଛି । ଏଥିରେ ଆମାଜନର ସିଙ୍ଗାପୁର ବ୍ରାଞ୍ଚର ଅଧିକ ଅଂଶୀଦାର ରହିଛି । ପୂର୍ବରୁ ମେ ମାସରେ କମ୍ପାନୀ କହିଥିଲା ଯେ ମହାମାରୀ ସମୟରେ ଅନଲାଇନ ଡେଲିଭରୀ ପାଇଁ ଏହା 50 ହଜାର ଭାରତୀୟଙ୍କୁ ସାମୟିକ ଭାବେ ନିଯୁକ୍ତି ପ୍ରଦାନ କରିବ ।

ୱାଲମାର୍ଟର ଫ୍ଲିପକାର୍ଟ ସହ ପ୍ରତିଯୋଗିତା କରୁଥିବା ଆମାଜନ ଏବେ ଭାରତରେ ନିଜର ନେଟୱାର୍କ ବଢାଇବା ଉପରେ ବିଚାର କରୁଛି । ଏହି ବିପଦବେଳେ ଏହା ଲୋକଙ୍କ ନିକଟରେ ଗ୍ରୋସରୀ ଓ ପରିବା ପହଞ୍ଚାଇବାର ବ୍ୟବସାୟ ଆରମ୍ଭ କରିଛି । ସମସ୍ତ ପ୍ରକାର ଆର୍ଥିକ କାରବାର ଅନଲାଇନରେ କରିବା ସହ ଡେଲିଭରୀ ବୟଙ୍କୁ ପିପିଇ କିଟ୍ସ ପ୍ରଦାନ କରାଯାଇଛି । ଭାରତୀୟ ନିୟମାନୁସାରେ ଆମାଜନ ଲକଡାଉନବେଳେ ଛୋଟ ଛୋଟ ଦୋକାନୀଙ୍କୁ ନିଜ ପ୍ଲାଟଫର୍ମରେ ସାମିଲ କରିଛି । ଏହଦ୍ବାରା ଲୋକାଲ ବିଜନେସକୁ ମଧ୍ୟ ଅଧିକ ସହାୟତା ମିଳିବା ସହ ଲୋକେ ନିଜ ଆଖପାଖରେ ଥିବା ଛୋଟ ଦୋକାନୀଙ୍କ ଠାରୁ ଅନଲାଇନରେ ସାମଗ୍ରୀ ମଗାଇଛନ୍ତି ।

ଗତ ଜାନୁୟାରୀରେ ଜେଫ ବେଜୋସଙ୍କ ଆମାଜନ ଭାରତରେ ଅଧିକ ପୁଞ୍ଜି ନିବେଶ ନେଇ ଘୋଷଣା କରିଥିଲା । 2025 ସୁଦ୍ଧା ପ୍ରାୟ 10 ମିଲିୟନ ଛୋଟ ବ୍ୟବସାୟକୁ ଅନଲାଇନରେ ଯୋଡିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଏଥିପାଇଁ 1 ବିଲିୟନ ବିନିଯୋଗ କରିବାକୁ ଏହା ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.