ETV Bharat / bharat

20 ହଜାର ଲୋକଙ୍କୁ ଅସ୍ଥାୟୀ ଚାକିରୀ ଦେବ ଆମାଜନ

ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ 20 ହଜାର ଲୋକଙ୍କୁ ଚାକିରୀ ଦେବାକୁ ଯାଉଛି । ଏବାବଦରେ ରବିବାର ଘୋଷଣା କରିଛି କମ୍ପାନୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

20 ହଜାର ଲୋକଙ୍କୁ ଅସ୍ଥାୟୀ ଚାକିରି ଦେବ ଆମାଜନ

author img

By

Published : Jun 29, 2020, 6:52 AM IST

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ 20 ହଜାର ଲୋକଙ୍କୁ ଚାକିରୀ ଦେବାକୁ ଯାଉଛି । ଏବାବଦରେ ରବିବାର ଘୋଷଣା କରିଛି କମ୍ପାନୀ । କମ୍ପାନୀ କହିଛି ଯେ ଭାରତ ତଥା ଅନ୍ୟାନ୍ୟ ଦେଶର ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ଅସ୍ଥାୟୀ ଆଧାରରେ ଗ୍ରାହକ ସେବା ସଂଗଠନରେ 20 ହଜାର ଲୋକଙ୍କୁ ସାହାଯ୍ୟ କରିବ ।

ଗ୍ରାହକଙ୍କ ବଢୁଥିବା ଚାହିଦା ମେଣ୍ଟାଇବା ପାଇଁ ଏହି ନିଯୁକ୍ତି ଦିଆଯାଉଛି ବୋଲି କମ୍ପାନୀ କହିଛି । ଆସନ୍ତା ମାସ ମଧ୍ୟରେ ହାଇଦ୍ରାବାଦ, ପୁନେ, କୋଏମ୍ବାଟୁର, ନୋଏଡା, କୋଲକାତା, ଜୟପୁର, ଚଣ୍ଡିଗଡ଼, ମାଙ୍ଗାଲୁରୁ, ଇନ୍ଦୋର, ଭୋପାଳ ଏବଂ ଲକ୍ଷ୍ନୌରେ ଏହି ନିଯୁକ୍ତି କରାଯିବ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଅଧିକାଂଶ ପଦବୀ ଆମାଜନର ‘ଭର୍ଚୁଆଲ୍ ଗ୍ରାହକ ସେବା' କାର୍ଯ୍ୟକ୍ରମର ଅଂଶ ଅଟେ । ଏହା ଅଧୀନରେ ଘରୁ କାମ କରିବାର ସୁବିଧା ଦିଆଯିବ । ସେମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦ୍ବାଦଶ ଶ୍ରେଣୀ ପାସ ହେବା ଦରକାର । ଏହାସହ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ କିମ୍ବା କନ୍ନଡ଼ ଭାଷାରେ ଦକ୍ଷତା ଆବଶ୍ୟକ ହେବ । ଏହି ଲୋକମାନେ ଇ-ମେଲ୍, ଚାଟ୍, ସୋସିଆଲ୍ ମିଡିଆ ଏବଂ ଫୋନ୍ ମାଧ୍ୟମରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବେ ।

ଆମାଜନ ଇଣ୍ଡିଆ ନିର୍ଦ୍ଦେଶକ (ଗ୍ରାହକ ସେବା) ଅକ୍ଷୟ ପ୍ରଭାସ କହିଛନ୍ତି, ‘ଗ୍ରାହକ ସେବା ସଂଗଠନର ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରାହକଙ୍କ ବଢୁଥିବା ଚାହିଦାକୁ ଆମେ ନିରନ୍ତର ମୂଲ୍ୟାଙ୍କନ କରୁଛୁ । ଆସନ୍ତା ମାସ ମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆମେ ଅନୁମାନ କରୁଛୁ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.