ETV Bharat / bharat

ରୋଗ ପ୍ରତିରୋଧକ ଶକ୍ତି ଯୋଗାଇବ ତମ୍ବା, ଜାଣନ୍ତୁ ବିଶେଷତ୍ବ

ତମ୍ବା ଏକ ପୁରାତନ ଧାତୁ ଭାବରେ ବିବେଚନା କରାଯାଏ । ଯାହାର ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ତେଣୁ ଆମର ପୂର୍ବପୁରୁଷଙ୍କ ପାଇଁ ଏହାକୁ ଆମର ଦୈନନ୍ଦିନ ଜୀବନର ବ୍ୟବହାରରେ ଆଣିବା ଅତ୍ୟନ୍ତ ଜରୁରୀ ଥିଲା ।

author img

By

Published : Jul 8, 2020, 5:48 PM IST

ରୋଗ ପ୍ରତିରୋଧକ ଶକ୍ତି
ରୋଗ ପ୍ରତିରୋଧକ ଶକ୍ତି

ହାଇଦ୍ରାବାଦ: ତମ୍ବା ଏକ ପୁରାତନ ଧାତୁ ଭାବରେ ବିବେଚନା କରାଯାଏ ଯାହାର ଆଣ୍ଟିବ୍ୟାକ୍ଟେରିଆଲ୍ ଓ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ରହିଛି । ତେଣୁ ଆମର ପୂର୍ବପୁରୁଷଙ୍କ ପାଇଁ ଏହାକୁ ଆମର ଦୈନନ୍ଦିନ ଜୀବନର ବ୍ୟବହାରରେ ଆଣିବା ଅତ୍ୟନ୍ତ ଜରୁରୀ ଥିଲା । ଆମେ ଖାଦ୍ୟ ଓ ପାଣି ମାଧ୍ୟମରେ ତମ୍ବା ଖାଇଥାଉ । ଏହା କାଜୁ ବାଦାମ, ଶୁଖିଲା ଫଳ, ଗୋଲମରିଚ ଓ ଇଷ୍ଟରେ ପ୍ରଚୁର ପରିମାଣରେ ଉପସ୍ଥିତ । ଏହାର ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସକରାତ୍ମକ ଶକ୍ତି ବୃଦ୍ଧି କରିବାର ଗୁଣ ରହିଛି । ନିମ୍ନରେ ଏହାର ଗୁଣାବତ୍ତା ବିଷୟରେ ସୂଚନା ଦିଆଯାଇଛି-

ପ୍ରତିରକ୍ଷା ଶକ୍ତିରେ ବୃଦ୍ଧି:- ଏଥିରେ ରକ୍ତ ଶୁଦ୍ଧ କରିବାର କ୍ଷମତା ରହିଛି । ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଅନ୍ୟ ଧାତୁର କ୍ଷତିକାରକ ପ୍ରଭାବରୁ ମଧ୍ୟ ରକ୍ଷା କରିଥାଏ ।

ହୃତପିଣ୍ଡ ସଞ୍ଚାଳନ- ଏହା ଆମ ହୃଦପିଣ୍ଡକୁ ସୁସ୍ଥ ରଖେ । ହୃଦଘାତ ଓ ଅନ୍ୟାନ୍ୟ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିଥାଏ ।

ରକ୍ତଚାପ ସ୍ଥିର ରଖେ:- ରକ୍ତଚାପ ସ୍ଥିର ରଖିବା ପାଇଁ ଏହାର କ୍ଷମତା ରହିଛି । ଯେଉଁମାନେ ରକ୍ତଚାପ ସମସ୍ୟାରେ ପୀଡିତ ଅଛନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ ।

ହୃଦରୋଗ ସମସ୍ୟାରେ ଉନ୍ନତି ଆଣେ:- ଏହା ଶରୀରରେ କୋଲାଜେନ୍, ଏଲାଷ୍ଟିନ ଓ ଅନ୍ୟ ଫାଇବରରୁ ଉନ୍ନତ କରେ ।

ଅସ୍ଥି ମଜବୁତ କରେ:- ଗଣ୍ଠି ଯନ୍ତ୍ରଣାକୁ ଭଲ କରିପାରେ । ହାଡକୁ ସୁସ୍ଥ ଓ ମଜବୁତ କରିଥାଏ । ଅସ୍ଥି ସମ୍ବନ୍ଧୀୟ ରୋଗ ଯଥା ଅଷ୍ଟିଓଆର୍ଥ୍ରାଇଟିସ୍ ଓ ରିମାଟଏଡ୍ ଆର୍ଥ୍ରାଇଟିସକୁ ଉପଶମ ଦେଇଥାଏ ।

ଆଣ୍ଟି-ଏଜିଙ୍ଗ୍ ପ୍ରଭାବ:- ଏହା ଆଣ୍ଟି-ଏଜିଂର ପ୍ରଭାବକୁ ମନ୍ଥର କରିପାରେ । ଇଲେଷ୍ଟିକ୍ ଫାଇବର ଓ କୋଲାଜେନର ଘନତାକୁ ଉନ୍ନତ କରିଥାଏ । ଏହା ଚର୍ମ ଓ କେଶକୁ ସତେଜ ରଖିବାରେ ସାହାଯ୍ୟ କରିଥାଏ ।

ଜ୍ୟୋତିଷ ଓ ଆଧ୍ୟାତ୍ମିକ ଲାଭ:- ଏହା କ୍ରୋଧ ଓ ଚିନ୍ତା ପରି ସମସ୍ତ ନକାରାତ୍ମକ ଭାବନାକୁ ଦୂରେଇ ରଖିବାରେ ସାହାଯ୍ୟ କରେ । ଏହା ମନ ଓ ଆତ୍ମା ଉପରେ ଆଧ୍ୟାତ୍ମିକ ପ୍ରଭାବ ପକାଇଥାଏ । ତମ୍ବା ରିଙ୍ଗ ପିନ୍ଧିବା ଦ୍ବାରା ଆମର ବ୍ୟକ୍ତିତ୍ବର ଆଧ୍ୟାତ୍ମିକ ଉନ୍ନତି ଆସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.