ଜମ୍ମୁ: ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ତାରିଖ ନିର୍ଦ୍ଧାରିତ ହୋଇଛି । ଏହି ଯାତ୍ରା ଆସନ୍ତା ଜୁନ 23 ତାରିଖରୁ ଆରମ୍ଭ ହେଉଥିବାବେଳେ ଅଗଷ୍ଟ 3 ତାରିଖରେ ଶେଷ ହେବ । ଏନେଇ ରାଜ୍ୟପାଳଙ୍କ ତତ୍ତ୍ବାବଧାନରେ ଜମ୍ମୁରେ ବସିଥିବା 37ତମ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି ।
ଜମ୍ମୁକାଶ୍ମୀର ଲେଫନାଣ୍ଟ ଗଭର୍ଣ୍ଣର ତଥା ଅମରନାଥ ମନ୍ଦିର ଟ୍ରଷ୍ଟ (SASB) ସଭାପତି ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସଭାପତିତ୍ବରେ 37ତମ ମନ୍ଦିର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଯାତ୍ରା ସଂପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।
ଗତବର୍ଷ ଜମ୍ମୁ କାଶ୍ମୀରରୁ 370 ଧାରା ଉଚ୍ଛେଦ ପୂର୍ବରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ଏଥିରେ ସମୁଦାୟ 3 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । 2018 ତୁଳନାରେ ଗତବର୍ଷ ଯାତ୍ରୀଙ୍କ ସଂଖ୍ୟାରେ 20 ପ୍ରତିଶତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା ।
@ANI