ETV Bharat / bharat

ଅମରନାଥ ଯାତ୍ରା: 3 ଦିନରେ 22ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ କଲେ ଦର୍ଶନ

ଆରମ୍ଭ ହୋଇଯାଇଛି ଅମର ନାଥ ଯାତ୍ରା, ତୃତୀୟ ଦିନରେ ବାବା ବର୍ଫାନୀଙ୍କୁ ଦର୍ଶନ କଲେ 22 ହଜାର ଶ୍ରଦ୍ଧାଳୁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 4, 2019, 9:53 PM IST

ଜମ୍ମୁକଶ୍ମୀର: ଜୁଲାଇ 1ରୁ ଆରମ୍ଭ ହୋଇଥିବା ଅମର ନାଥ ଯାତ୍ରା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ତେବେ ଏହି ତୃତୀୟ ଦିନ ଯାତ୍ରାରେ 22ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କର ଆଗମନ ହୋଇଛି । ଚଳିତବର୍ଷ ବର୍ଫାନୀ ବାବାଙ୍କ ଦର୍ଶନରେ ଏପର୍ଯ୍ୟନ୍ତ ସାନ୍ତିଶୃଙ୍ଖଳରା ସହ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଏହି ଶ୍ରଦ୍ଧାଳୁମାନଙ୍କୁ ବିଶ୍ରାମ ପାଇଁ ଏବେ ବାଲତାଲ ଓ ପହଲଗାମ କ୍ୟାମ୍ପରେ ରହିବା ପାଇଁ ପଠାଇ ଦିଆଯାଇଛି । ଏହି ଯାତ୍ରାରେ ଯେପରି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ବହୁ ଯବାନ ମାନଙ୍କୁ ପ୍ରତିସ୍ଥାନରେ ନିୟୋଜିତ କରାଯାଇଛି ।

ଅମରନାଥ ଯାତ୍ରାରେ ନିୟୋଜିତ ଥିବା ଜଣେ ବରିଷ୍ଠ ସୁରକ୍ଷାକର୍ମୀଙ୍କ ସୂଚନାନୂଯାୟୀ, ଜୁଲାଇ 3 ତାରିଖ ଭିତରେ ବାଲତାଲ ବେସ କ୍ୟାମ୍ପରୁ ଆସିଥିବା 7 ହଜାର 840 ଜଣ ଶ୍ରଦ୍ଧାଳୁ ମାନେ ବାବା ବର୍ଫାନୀଙ୍କୁ ଦର୍ଶନ କରିସାରିଛନ୍ତି । ସେଥିମଧ୍ୟରୁ 12ଶହ 64 ଜଣ ଶ୍ରଦ୍ଧାଳୁ ହେଲିକପ୍ଟରମାଧ୍ୟମରେ ପରିତ୍ର ଗୁମ୍ଫା ପର୍ଯ୍ୟନ୍ତ ପହଞ୍ଚି ଥିବାବେଳେ 6 ହଜାର 367 ଜଣ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ପଦଯାତ୍ରା କରିଯାଇଥିଲେ ।

ସେହିପରି ପେହଲଗାମ ବେସ କ୍ୟାମ୍ପରୁ ଆସିଥିବା 14 ହଜାର 174 ଜଣ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିସାରିଛନ୍ତି । ସେଥିମଧ୍ୟରୁ 339 ଜଣ ହେଲିକପ୍ଟରରେ ଯାଇଥିବାବେଳେ 14174 ଜଣ ପଦଯାତ୍ରା କରିଯାଇ ବାବାଙ୍କ ଦର୍ଶନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା 45 ଦିନ ଧରି ଚାଲି ଅଗଷ୍ଟ 15ରେ ଶେଷ ହେବ । ତେବେ 2018 ମସିହାରେ ପ୍ରାୟ 2 ଲକ୍ଷ 85 ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା ।

ତେବେ ଅମରନାଥ ଯାତ୍ରା ସମୟରେ କୌଣସି ଦୁର୍ଘଟଣା ନଘଟେ ସେନେଇ ବହୁ ମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

Intro:Body:

saf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.