ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ସହ ଆପନୀ ପାର୍ଟି ମୁଖ୍ୟଙ୍କ ଆଲୋଚନା, ଉଠିଲା ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି - restoration of J&K statehood

ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଲେ ଆପନୀ ପାର୍ଟି ମୁଖ୍ୟ ଅଲତାଫ ବୁଖାରୀ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ଉଠାଇଲେ ଦାବି । ଅଧିକ ପଢନ୍ତୁ...

ଆପନୀ ପାର୍ଟି ମୁଖ୍ୟ
ଆପନୀ ପାର୍ଟି ମୁଖ୍ୟ
author img

By

Published : Jan 25, 2021, 9:42 PM IST

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଆପନୀ ପାର୍ଟି ମୁଖ୍ୟ ଅଲତାଫ ବୁଖାରୀ । ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଜମ୍ମୁ ଓ କାଶ୍ମୀରକୁ ନେଇ ଅନେକ ଆଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଏହି ସମୟରେ ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ଅଲତାଫ ବୁଖାରୀ । ଏନେଇ ସୋମବାର ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାର ଆଲୋଚନା ସମୟରେ ବୁଖାରୀ ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ ଓ କାଶ୍ମୀରବାସୀଙ୍କ ଦାବି ସମ୍ମଳୀତ ଏକ ସ୍ମାରକ ପତ୍ର ମଧ୍ୟ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି । ପାଖାପାଖି ଘଣ୍ଟାଏ ଧରି ବୈଠକ ହୋଇଥିବାବେଳେ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରଯାଇଥିବା କୁହାଯାଉଛି ।

ଏହା ସହ ଜମ୍ମୁ ଓ କାଶ୍ମୀରରେ ବେକାରୀ ସମସ୍ୟାକୁ ନେଇ ମଧ୍ୟ ବୁଖାରୀ, ପ୍ରଧାନମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି । ବେକାରୀ ହାର କଥା କହିବା ସହ ଏଥିପାଇଁ ପ୍ୟାକେଜ ଘୋଷଣା କରିବାକୁ ବୁଖାରୀ କହିଥିବା ଦଳ କହିଛି । ସେହିପରି ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ସେ କହିଛନ୍ତି ।

ଅନ୍ୟପଟେ ଜମ୍ମୁ ଓ କାଶ୍ମୀରରେ ୟୁପିଏସସି ପରୀକ୍ଷା ପାଇଁ ଥିବା ବୟସରେ କୋହଳ କରିବାକୁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ବୟସ ସୀମା କୋହଳ କଲେ ଅନେକ ଯୁବପୀଢି ଏଥିରେ ଉପକୃତ ହୋଇପାରିବେ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।

4ଜି ମୋବାଇଲ ଇଣ୍ଟରନେଟ ସେବା ଜମ୍ମୁ ଓ କାଶ୍ମୀରରେ ବନ୍ଦ ଥିବାରୁ ଏଥିପ୍ରତି ସରକାର ଧ୍ୟାନ ଦିଅନ୍ତୁ ବୋଲି ମଧ୍ୟ ଆପନୀ ପାର୍ଟି ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ କହିଥିବା ଦଳ ପକ୍ଷରୁ କୁହାଯାଇଛି । ଏହା ହେଲେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ବୁଖାରୀ ଦର୍ଶାଇଛନ୍ତି ।

ସୂଚନାଥାଉକି, 2020 ମାର୍ଚ୍ଚ ମାସରେ ଅଲତାଫ ନୂଆ ପାର୍ଟି ଗଢିବା ସହ ତାହାର ନାମ ଆପନୀ ପାର୍ଟି ଦେଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.