ETV Bharat / bharat

ଅନ୍ୟ ରାଜ୍ୟ ଫେରନ୍ତା ପଞ୍ଜାବ ଆସିଲେ ହୋମ କ୍ବାରେଣ୍ଟାଇନ ରହିବେ 14 ଦିନ

author img

By

Published : May 24, 2020, 2:59 PM IST

ପଞ୍ଜାବରେ କୋରୋନା ବିସ୍ତାର ରୋକିବାକୁ ବେଶ ସଜାଗ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ । ରାଜ୍ୟକୁ ଫେରୁଥିବା ଲୋକଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

ବାହାରୁ ପଞ୍ଜାବକୁ ଆସୁଥିବା ସମସ୍ତ ଯାତ୍ରୀ କ୍ବାରେଣ୍ଟାଇନ ରହିବେ 14 ଦିନ:ସିଏମ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଯେ, ଅନ୍ୟ ଦେଶ ଓ ରାଜ୍ୟରୁ ପଞ୍ଜାବକୁ ଆସୁଥିବା ସମସ୍ତ ଲୋକଙ୍କୁ 14 ଦିନ ବାଧ୍ୟତାମୂଳକ ଭାବେ ଘରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଶନିବାର ଏକ ଫେସବୁକ ଲାଇଭ ଅଧିବେଶନରେ ସିଏମ ଏହି ସୂଚନା ଦେଇଛନ୍ତି । ଦେଶରେ ସଂକ୍ରମଣରେ ସୁସ୍ଥ ହେବାର ହାର ରାଜ୍ୟରେ ସର୍ବାଧିକ ହୋଇଥିଲେ ମଧ୍ୟ ସେ କୌଣସି ପ୍ରକାରର ସନ୍ତୁଷ୍ଟ ଭାବ ପ୍ରକାଶ କରିନାହାନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଲାଇଭ ଫେସବୁକ କାର୍ଯ୍ୟକ୍ରମ 'ଆସ୍କ କ୍ୟାପଟେନ' ରେ କହିଛନ୍ତି ଯେ, ରାଜ୍ୟରେ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କୁ ରାଜ୍ୟ ତଥା ଜିଲ୍ଲାର ସମସ୍ତ ପ୍ରବେଶ ପଥ ତଥା ରେଳ ଷ୍ଟେସନ ଏବଂ ବିମାନବନ୍ଦରରେ ପରୀକ୍ଷା କରାଯିବ। ଯେଉଁମାନଙ୍କର ଲକ୍ଷଣ ଅଛି ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯିବ, ଏବଂ ଅନ୍ୟମାନେ ନିଶ୍ଚିତ ଭାବେ 2 ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ବାଧ୍ୟ ” ।

ସେ ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ, ରାପିଡ ଟେଷ୍ଟ ଟିମ ମଧ୍ୟ ଘରେ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ପରୀକ୍ଷା କରିବ ଏବଂ ଏହି ସମୟ ମଧ୍ୟରେ ଯେଉଁମାନଙ୍କର ଲକ୍ଷଣ ଅଛି ସେମାନଙ୍କୁ ଡାକ୍ତରଖାନାରେ ବ୍ୟାପକ ସ୍କ୍ରିନିଂ କରିବାକୁ ପଡିବ ।

ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସରକାର ଦେଶର ଅନ୍ୟ କୌଣସି ଅଞ୍ଚଳରେ ଯାଞ୍ଚ ପ୍ରମାଣପତ୍ର ଉପରେ ଭରଷା କରିବେ ନାହିଁ। ସେ ପଞ୍ଜାବର ଅତୀତର ଅନୁଭୂତି ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ରାଜସ୍ଥାନ ଓ ମହାରାଷ୍ଟ୍ର ବ୍ୟତୀତ ଦୁବାଇରୁ ଆସିଥିବା ଲୋକଙ୍କର ଡାକ୍ତରୀ ପ୍ରମାଣପତ୍ର ନେଗେଟିଭ ଥିଲା । ଏହା ସତ୍ତ୍ବେ ସେମାନେ ସଂକ୍ରମିତ ଥିବା ଜଣାପଡିଥିଲେ ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନରୁ ଭାରତକୁ ଫେରୁଥିବା ଲୋକମାନେ ଆନୁଷ୍ଠାନିକ କ୍ବାରେଣ୍ଟାଇନରେ ରହିବାକୁ ବାଧ୍ୟ । ଅତ୍ୟଧିକ ସଜାଗ ରହିବା ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଏପର୍ଯ୍ୟନ୍ତ ସ୍ଥିତି ବେଶ ଭଲ ଭାବେ ନିୟନ୍ତ୍ରଣରେ ରହିଛି, ତେଣୁ ପଞ୍ଜାବରେ ଏହି ମହାମାରୀକୁ ବିସ୍ତାର ହେବାକୁ ଦେଇପାରିବୁ ନାହିଁ'' ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବିକ, ବର୍ତ୍ତମାନ ସୁଦ୍ଧା ପଞ୍ଜାବରେ 2 ହଜାରରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି । ସେଥିରୁ 39 ଜଣଙ୍କର ମୃତ୍ୟୁ ହୋଇଛି । 1870 ଜଣ ସୁସ୍ଥ ହୋଇଥିବାବେଳେ, 136ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.