ETV Bharat / bharat

ଦିନ 10ଟା ପର୍ଯ୍ୟନ୍ତ ରାଜ୍ୟରେ ଖୋଲା ରହିବ ସମସ୍ତ ଦୋକାନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

କୋରୋନାର ଭୟବହତା ପାଇଁ ସାରା ଦେଶରେ ଲକଡାଉନ ପରିସ୍ଥିତି। ସମସ୍ତ ଦୋକାନକୁ ସକାଳ 7ଟାରୁ ଦିନ 10 ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

author img

By

Published : Mar 25, 2020, 12:52 PM IST

Uttarakhand news
ସକାଳ 10 ପର୍ଯ୍ୟନ୍ତ ରାଜ୍ୟରେ ଖୋଲା ରହିବ ସମସ୍ତ ଦୋକାନ:ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନା ପାଇଁ କଠୋର ହେଲା କଟକଣା। ଦିନ ବଢିବା ସହ ଘନେଇ ଆସୁଛି ବିପଦ। ଦେଶବାସୀଙ୍କୁ ଏହି ଭୟଙ୍କର ବିପଦରୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ କରାଯାଇଛି। ଯାହାର ଅବଧି ଏପ୍ରିଲ 14 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ଜରୁରୀକାଳୀନ ସ୍ଥିତିରେ ସମସ୍ତ ଅତ୍ୟାବଶକୀୟ ସେବା ଜାରି ରହିବ। ସେଥିମଧ୍ୟରୁ ମେଡିକାଲ ସେବା, ଦୁଗ୍ଧ ଓ ତେଜରାତି ଦୋକାନ ଖୋଲା ରହିବ। ସମସ୍ତ ଦୋକାନକୁ ସକାଳ 7ଟାରୁ ଦିନ 10 ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ସୂଚନା ଅନୁସାରେ, ଦିନ 10ଟା ପରେ ରାସ୍ତାରେ କୌଣସି ଲୋକଙ୍କୁ ଯେପରି ଦେଖିବାକୁ ନମିଳେ ନଚେତ୍ ଉକ୍ତ ବ୍ୟକ୍ତିଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ଉତ୍ତରାଖଣ୍ଡ ଚିଫ୍ ସେକ୍ରେଟାରୀ ସମସ୍ତ ଜିଲ୍ଲାପାଳ ଓ ସୁପରିଟେଣ୍ଡେଣ୍ଟ ପୋଲିସକୁ ସ୍ଥିତି ଉପରେ କଡା ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ଏହାସହ ପ୍ରଧାନମନ୍ତ୍ରୀଙ୍କ 21ଦିନର ଲକଡାଉନ ଗମ୍ଭୀରତାର ସହ ପାଳନ କରିବାକୁ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 562 ଥିବା ବେଳେ 9 ଜଣ ମୃତ୍ୟୁ ହୋଇସାରିଲାଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.