ମୁମ୍ବାଇ: ଚୀନରୁ ବ୍ୟାପିଥିବା କୋରୋନା ବର୍ତ୍ତମାନ ଭାରତର ସବୁ ରାଜ୍ୟରେ ବ୍ୟାପିଲାଣି । ଆଉ ଏଥିରେ ସବୁଠୁ ଅଧିକ ପଜିଟିଭି ରହିଛନ୍ତି ମହାରାଷ୍ଟ୍ର ପୁଣେ ଅଞ୍ଚଳରେ । ଏନେଇ ଚିନ୍ତାରେ ପୁଣେର ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ପୁଣେ ଫେଡେରେସନ ଅଫ ଆସୋସିଏସନ ବନ୍ଦ ଡାକରା ଦେଇଛି ।
ତିନି ଦିନ ପାଇଁ ସମସ୍ତ ଦୋକାନ ବନ୍ଦ ରହିବ । ବର୍ତ୍ତମାନ ମହାରାଷ୍ଟ୍ରରେ 39ଟି ପଜିଟିଭ ରୋଗୀ ରହିଛନ୍ତି । ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଏହାକୁ ନେଇ ଲୋକେ ଭୟଭୀତ ରହିଛନ୍ତି । ଏହି ଭୂତାଣୁ ଅଧିକ ନବ୍ୟାପିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି । କୌଣସି ସ୍ଥାନରେ ଲୋକେ ଏକତ୍ରୀତ ହୋଇ ପାରିବେ ନାହିଁ । ଦଳଗତ ଭାବେ ଭୋଜିଭାତ ନହେବା ଉପରେ ସମସ୍ତେ ଦୃଷ୍ଟି ଦେଇଛନ୍ତି ।
@ANI