ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ 5ରେ ହେବ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏହି କାର୍ଯ୍ୟର ଶୁଭାରମ୍ଭ କରିଯିବ । ତେବେ ଶିଳାନ୍ୟାସ କାର୍ଯ୍ୟକ୍ରମ ପୂର୍ବରୁ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ନେତା ଦିଗବିଜୟ ସିଂ । ସମସ୍ତ ଶଙ୍କରାଚାର୍ଯ୍ୟଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିବାକୁ ଦାବି ଜଣାଇଛନ୍ତି ଦିଗବିଜୟ ।
କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ସମସ୍ତ ଚାହାନ୍ତି ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉ । ହେଲେ ରାମ ମନ୍ଦିର ନ୍ୟାସ କମିଟିରେ ବିଶ୍ବହିନ୍ଦୁ ପରିଷଦ ଓ ବିଜେପି ନେତାଙ୍କୁ ସଦସ୍ୟ କରାଯାଇଥିବା ବେଳେ କୌଣସି ଶଙ୍କରାଚାର୍ଯ୍ୟଙ୍କୁ ଏଥିରେ ସ୍ଥାନ ଦିଆଯାଇନଥିବା ଘଟଣା ଉପରେ ଦିଗବିଜୟ ଆପତ୍ତି ଜାହିର କରିଛନ୍ତି ।
ଯଦି ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମଜନ୍ମଭୂମିରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରନ୍ତି, ତାହାଲେ ସମସ୍ତ ଶଙ୍କରାଚାର୍ଯ୍ୟଙ୍କୁ ସେଠାକୁ ନିମନ୍ତ୍ରଣ କରାଯାଇ ନ୍ୟାସ କମିଟିର ସଦସ୍ୟ କରାଯାଉ ବୋଲି ଦିଗବିଜୟ ଦାବି କରିଛନ୍ତି ।
@ANI