ETV Bharat / bharat

ଜାମିୟାମିଲିୟା ହିଂସା: କେତେକ ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଶିଶୋଦିୟା - ଜାମିୟା ହିଂସା

ନାଗରିକତା ସଂଶୋଧନ ଆଇନକୁ ଦିଲ୍ଲୀରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ନେଇ କିଛି ସ୍ଥାନରେ ଶିକ୍ଷାନୁଷ୍ଠାନ ବନ୍ଦ କରିବା ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିୟାଙ୍କ ନିର୍ଦ୍ଦେଶ।

Delhi
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 15, 2019, 9:51 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ହିଂସାତ୍ମକ ପ୍ରଦର୍ଶନ ପୂର୍ବୋତ୍ତରରୁ ନେଇ ଏବେ ଦିଲ୍ଲୀର ଜାମିୟାମିଲିୟାରେ ପହଞ୍ଚିଛି। ଏଠାକାର କାଳିନ୍ଦୀକୁଞ୍ଜରେ ବସ ଜାଳିବା ପରେ ଜାମିୟାମିଲିୟା କ୍ୟାମ୍ପସରେ ପସିଥିବା ପ୍ରଦର୍ଶନକାରୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିୟା ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀର ଓଖଲା, ଜାମିୟାମିଲିୟା, ନ୍ୟୁଫ୍ରେଣ୍ଡସ କଲୋନୀ ଓ ମଦନପୁର ଅଞ୍ଚଳରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରିବା ନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିୟା କହିଛନ୍ତି । ଅନ୍ୟପକ୍ଷେ ପୂର୍ବରୁ ସେ ଟ୍ବିଟ କରି ଦିଲ୍ଲୀ ପୋଲିସ ନିଆଁ ଲଗାଉଥିବା ନେଇ ଅଭିଯୋଗ କରିଛନ୍ତି । ବିଜେପି ରାଜନୀତି କରୁଥିବା ବେଳେ ଦିଲ୍ଲୀ ପୋଲିସ ଦ୍ବାରା ନିଆଁ ଲଗାଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.