ETV Bharat / bharat

ସଂସଦ ପରିଚାଳନା ଚିନ୍ତା; ବିରୋଧୀଙ୍କ ସହଯୋଗ ଲୋଡିଲେ ସରକାର

author img

By

Published : Nov 17, 2019, 3:06 PM IST

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଅନେକ ଗୁରୁତ୍ବପୂର୍ଣ୍ଣ ହେବାକୁ ଥିବାରୁ ସରକାର ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ସଂସଦର ଲାଇବ୍ରେରୀ ଭବନରେ ଅନୁଷ୍ଠିତ ଏହି ବୈଠକରେ ଶୀତ ଅଧିବେଶନ ପାଇଁ ସମସ୍ତ ଦଳର ସହଯୋଗ ସରକାର ଲୋଡିଛନ୍ତି । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ସର୍ବଦଳୀୟ ବୈଠକରେ ଅନେକ ବିଷୟରେ ଆଲୋଚନା ହୋଇଥିଲା। ବିରୋଧୀଙ୍କ ସମସ୍ତ ଦାବି ଉପରେ ସରକାର ବିଚାର କରିବେ। ପ୍ରଧାନମନ୍ତ୍ରୀ ଦେଶର ଉନ୍ନତି ପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ଆହ୍ବନ ଦେଇଛନ୍ତି। ଗଠନମୂଳକ ସମାଲୋଚନା ଓ ବିରୋଧକୁ ସରକାର ସ୍ବାଗତ କରିବେ।

ସେହିଭଳି ଏନଡିଏ ବୈଠକକୁ ଶିବସେନା ଆସିନାହିଁ । ଶିବସେନାରୁ ମନ୍ତ୍ରୀ ଥିବା ଅରବିନ୍ଦ ଶାୱନ୍ତ ଇସ୍ତଫା ଦେଇଛନ୍ତି । ସେମାନେ କଂଗ୍ରେସ ସହିତ କାମ କରିବା ପାଇଁ ପ୍ରୟାସ କରୁଛନ୍ତି । ତେଣୁ ନିୟମ ଦୃଷ୍ଟିରୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କ ସିଟ ପରିବର୍ତ୍ତନ କରାଯାଉଛି ବୋଲି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି।

ଅନ୍ୟପଟେ ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଛନ୍ତି ବିରୋଧୀ ନିଜ ଦାବି ପୂରଣ ପାଇଁ ସରକାରଙ୍କୁ ନିବେଦନ କରିବ। ଦେଶ ହିତରେ ହେବାକୁ ଥିବା କାର୍ଯ୍ୟରେ ସହଯୋଗ କରିବ । ଏହାସହ ସେ ଦାବି କରିଛନ୍ତି ଜେଲରେ ଥିବା ବରିଷ୍ଠ ସାଂସଦ ପି ଚିଦାମ୍ବରମଙ୍କୁ ଶୀତ ଅଧିବେଶନରେ ଭାଗ ନେବା ପାଇଁ ଅନୁମତି ମିଳିବା ଉଚିତ, ଅତୀତରେ ମଧ୍ୟ ଅନେକ ଘଟଣା ଏମିତି ହୋଇଛି ବୋଲି ଆଜାଦ କହିଛନ୍ତି। ସେହିପରି 3 ମାସ ହେବ ନଜର ବନ୍ଦୀ ଥିବା ନେସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କୁ ମଧ୍ୟ ସଂସଦରେ ଭାଗନେବା ପାଇଁ ଅନୁମତି ଦେବାକୁ ସେ ଦାବି କରିଛନ୍ତି।

ଏହି ବୈଠକରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମେତ କଂଗ୍ରେସ, ବିଏସପି, ଏସପି, ବିଜେଡି, ଆରଜେଡି, ଅପନା ଦଳ, ଡିଏମକେ ସମସ୍ତେ ସମସ୍ତ ଦଳର ପ୍ରତିନିଧି ଯୋଗଦେଇଥିଲେ। ଅନ୍ୟପଟେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ଆଜି ଏକ ବୈଠକ ଡକାଇଛନ୍ତି। ଏଥିରେ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା ସମସ୍ତ ଦଳର ସାଂସଦ ଯୋଗଦେବେ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.