ETV Bharat / bharat

ପ୍ୟାକେଟ ସାମଗ୍ରୀରେ ବଡ ଅକ୍ଷରରେ ଲେଖା ହେବ ନିର୍ମାତା ଦେଶର ନାଁ: ପାଶୱାନ

author img

By

Published : Jul 9, 2020, 1:01 PM IST

ପ୍ୟାକେଟ ସାମଗ୍ରୀ ଉପରେ ଅଧିକାଂଶ ସମୟରେ ଛୋଟ ଛୋଟ ଅକ୍ଷରରେ ସମସ୍ତ ସୂଚନା ଲେଖାଯାଉଥିବାରୁ ଅନେକ ଲୋକଙ୍କୁ ଏହା ପଢିବାରେ ଅସୁବିଧା ହେଉଛି । ଯାହାକୁ ନେଇ କେନ୍ଦ୍ର ଖାଦ୍ୟ ମନ୍ତ୍ରୀ ପ୍ୟାକେଟ ସାମଗ୍ରୀ ଉପରେ ବଡ ବଡ ଅକ୍ଷରରେ ସମସ୍ତ ସୂଚନା ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ପ୍ୟାକେଟ ସାମଗ୍ରୀ ଉପରେ ବଡ ଅକ୍ଷରରେ ଲେଖା ହେବ ନିର୍ମାତା ଦେଶ ସହ ସମସ୍ତ ସୂଚନା: ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ପ୍ୟାକେଟ ସାମଗ୍ରୀ ଉପରେ ଗ୍ରାହକଙ୍କୁ ଦିଆଯାଉଥିବା ସୂଚନା ବହୁତ କମ ଏବଂ ଛୋଟ ଅକ୍ଷରରେ ଲେଖା ରହୁଥିବା ନେଇ ପ୍ରାୟ ସବୁ ସମୟରେ ଅଭିଯୋଗ ଆସୁଛି । କାରଣ ସେଗୁଡିକ ପଢିବା କଷ୍ଟକର । ଏହି ଅଭିଯୋଗଗୁଡିକର ସମାଧାନ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି। ଏହି ସୂଚନା ଦେବାସହ କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରୀ ରାମ ଭିଲାସ ପାଶୱାନ ତାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ୟାକେଟ ସାମଗ୍ରୀ ଉପରେ ଦିଆଯାଇଥିବା ତଥ୍ୟକୁ ତ୍ୱରାନ୍ୱିତ କରିବାକୁ ପାଶୱାନ ଗ୍ରାହକ ମନ୍ତ୍ରଣାଳୟର ସଚିବ ଏବଂ ମନ୍ତ୍ରଣାଳୟର ଓଜନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ୟାକେଟ ସାମଗ୍ରୀ ଉପରେ ଉତ୍ପାଦକ ଦେଶର ନାମ, ଉତ୍ପାଦକଙ୍କ ନାମ, ଯଦି ସାମଗ୍ରୀ ଆମଦାନୀ କରି ଭାରତରେ ପ୍ୟାକେଟ କରାଯାଇଥଏ, ଆମଦାନୀକାରୀ କିମ୍ବା ପ୍ୟାକେଟ ଧାରକଙ୍କ ନାମ, ଦ୍ରବ୍ୟର ଉତ୍ପାଦନ ତାରିଖ, ଦ୍ରବ୍ୟର ଶେଷ ବା ଏକ୍ସପାଏରୀ ତାରିଖ, ଦ୍ରବ୍ୟର ମୂଲ୍ୟ, ପରିମାଣ କିମ୍ବା ଓଜନ, ସମସ୍ତ ଟିକସ ଏବଂ ଯଦି କୌଣସି ଖରାପ ଥାଏ ତେବେ ଅଭିଯୋଗ ନମ୍ବର ସହିତ, ବଡ ଅକ୍ଷରରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର ବିଧାନସଭା ଅଧ୍ୟକ୍ଷ ନାନା ପଟୋଲେଙ୍କ ଚିଠି ପରେ ରାମ ଭିଲାସ ପାଶୱାନଙ୍କ ଏହି ନିର୍ଦ୍ଦେଶ ଆସିଛି। ପଟୋଲେ ପାଶୱାନଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ, ମହାରାଷ୍ଟ୍ରର ସିମେଣ୍ଟ ଅଖାର ତାରିଖ ସମାପ୍ତ ହେବା ପରେ ମଧ୍ୟ ବଜାରରେ ବିକ୍ରି ହେଉଛି। ପଟୋଲେ ଏ ବିଷୟରେ ପାଶୱାନଙ୍କୁ ଫୋନ ମଧ୍ୟ କରିଥିଲେ।

ପାଶୱାନଙ୍କ କହିବାନୁସାରେ, ଦେଶର ଅନ୍ୟ ଅଞ୍ଚଳରୁ ମଧ୍ୟ ଏପରି ଅଭିଯୋଗ ଆସୁଛି ପ୍ୟାକେଟରେ ବିକ୍ରି ହେଉଥିବା ସମସ୍ତ ସାମଗ୍ରୀ ଉପରେ ଆବଶ୍ୟକୀୟ ତଥ୍ୟ ସଠିକ ଭାବେ ପାଳନ କରାଯାଉନାହିଁ । ଏହା ପରେ ଉପଭୋକ୍ତା ବ୍ୟାପାର ଏବଂ ମାପ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଇଛି ଯେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.