ETV Bharat / bharat

ଦଶାହରେ ଦିଶାଙ୍କୁ ପୋଲିସର ଭେଟି; ଜାଣନ୍ତୁ କାହାଣୀର କ୍ଲାଇମାକ୍ସ... - ହାଇଦ୍ରାବାଦ ଗଣଦୁଷ୍କର୍ମ ହତ୍ୟା ମାମଲା

ହାଇଦ୍ରାବାଦର ଶାଦନଗରରେ ଡାକ୍ତରାଣୀ 'ଦିଶା'ଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ହାଇଦ୍ରାବାଦ ପୋଲିସ । ଜାଣନ୍ତୁ ଦେଶକୁ ଥରହର କରିଦେଇଥିବା ଏହି ମାମଲାର ସମ୍ପୂର୍ଣ୍ଣ କାହାଣୀ ।

hyderabad-rape-murder-case
ଫାଇଲ ଫଟୋ
author img

By

Published : Dec 6, 2019, 12:34 PM IST

Updated : Dec 6, 2019, 9:23 PM IST

ହାଇଦ୍ରାବାଦ: ହାଇଦ୍ରାବାଦର ଶଦନଗରରେ ଡାକ୍ତରାଣୀ 'ଦିଶା'ଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟାକାଣ୍ଡର 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ହାଇଦ୍ରାବାଦ ପୋଲିସ । ଏହି ଅଭିଯୁକ୍ତ ଯେଉଁ ସ୍ଥାନରେ ଦିଶାଙ୍କୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦେଇଥିଲେ, ପୋଲିସ ସେମାନଙ୍କୁ ସେହି ସ୍ଥାନକୁ ନେଇ ତଦନ୍ତ କରିବାକୁ ଯାଇଥିଲା। କିନ୍ତୁ ସେମାନେ ପୋଲିସ ହାତରୁ ଖସି ଯିବାକୁ ଉଦ୍ୟମ କରୁଥିଲେ । ଫଳରେ ବାଧ୍ୟ ହୋଇ ପୋଲିସକୁ ଏନକାଉଣ୍ଟର କରିବାକୁ ପଡିଥିଲା ।

ନଭେମ୍ବର 28ରେ ଦିଶାଙ୍କ ଦଗ୍ଧ ମୃତଦେହ ମିଳିବା ପରେ ସାରା ଦେଶରେ ଖେଳିଜାଇଥିଲା ଚାଞ୍ଚଲ୍ୟ । ଏହି ଜଘନ୍ୟ କାଣ୍ଡ ପରେ ଦେଶବାସୀଙ୍କ ମନରେ ଜଳିଥିଲା ଆକ୍ରୋଶର ନିଆଁ । ଦିଶାଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗାଁ ଏବଂ ସହରର ପ୍ରତ୍ୟେକ ଗଳିରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ତେବେ ଆସନ୍ତୁ ଜାଣିବା ଦେଶକୁ ଥରହର କରିଦେଇଥିବା ଏହି ମାମଲାର ସମ୍ପୁର୍ଣ୍ଣ କାହାଣୀ ।

ନଭେମ୍ବର 27- ସରକାରୀ ଡାକ୍ତରଖାନାରେ ପଶୁ ଚିକିତ୍ସକ ଭାବେ କାର୍ଯ୍ୟ କରୁଥିବା 26 ବର୍ଷିୟା ଦିଶା ସବୁଦିନ ଭଳି ସେଦିନ ଡ୍ୟୁଟି ସାରି ଫେରୁଥିଲେ । କିନ୍ତୁ ବାଟରେ ତାଙ୍କର ସ୍କୁଟି ଖରାପ ହୋଇଯାଇଥିଲା । ସେ ତାଙ୍କ ଭଉଣୀଙ୍କୁ ଏହାର ଖବର ଦେବା ସମୟରେ କିଛି ଲୋକ ସେଠାକୁ ଆସି ତାଙ୍କୁ ସହାୟତାର ହାତ ବଢାଇଥିଲେ । ଏହାପରେ ସେ ନିଖୋଜ ହୋଇଯାଇଥିଲେ ।

ନଭେମ୍ବର 28- ଦିଶାଙ୍କର ଦଗ୍ଧ ମୃତଦେହ ହାଇଦ୍ରାବାଦ ପୋଲିସକୁ ଶାଦନଗରର ଏକ ଓଭରବ୍ରିଜ ତଳୁ ମିଳିଥିଲା ।

ନଭେମ୍ବର 29- ପୀଡିତାଙ୍କୁ ଫସେଇବା ପାଇଁ ଅଭିଯୁକ୍ତମାନେ ଯେଉଁ ଜାଲ ବୁଣିଥିଲେ, ସେହି ଜାଲରେ ନିଜେ ଫସିଯାଇଥିଲେ । ଦିଶାଙ୍କ ସହ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୋଲିସ 20 ରୁ 24 ବର୍ଷ ମଧ୍ୟରେ 4 ଅଭିଯୁକ୍ତ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁକୁ ଗିରଫ କରିଥିଲା । ଏହାପରେ ସମସ୍ତ ଅଭିଯୁକ୍ତଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।

ନଭେମ୍ବର 30- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ ଏହି ଘଟଣାର ବିଚାର କରିବାକୁ ଫାଷ୍ଟ ଟ୍ରାକ କୋର୍ଟ ଗଠନର ଘୋଷଣା କରିଥିଲେ ।

ଡିସେମ୍ବର 1- ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଏମ ମହିନ୍ଦ୍ରା ରେଡ୍ଡୀ ତଦନ୍ତର ସମୀକ୍ଷା କରିଥିଲେ । ଏହି ମାମଲାକୁ ଗମ୍ଭୀରତାର ସହ ନନେଇଥିବା 3 ପୋଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଥିଲା । ସେପଟେ ଭାରତୀୟ ଯୁବ କଂଗ୍ରେସ ମାମଲା ବିରୋଧରେ ମୋର୍ଚ୍ଚା ବାହାର କରିଥିଲା ।

ଡିସେମ୍ବର 2- ଦିଶାଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ସଂସଦରେ କମ୍ପନ ଦେଖିବାକୁ ମିଳିଥିଲା। ବିରୋଧୀ ମାନେ ଦେଶରେ ନାରୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ସରକାରଙ୍କୁ କଡା ସମାଲୋଚନା କରିଥିଲେ।

ଡିସେମ୍ବର 3- ଦିଲ୍ଲୀ ମହିଳା କମିଶନରର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ କାର୍ଯ୍ୟାନୁଷ୍ଠାନ ଦାବି କରି ଆମରଣ ଅନଶନର ନିଷ୍ପତ୍ତି ନେଇଥିଲେ । ସେପଟେ ଜେଲରେ ବନ୍ଦୀ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିଡନୀ ରୋଗୀ ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଦାବି କରିଥିଲା ।

ଡିସେମ୍ବର 4- ମାମଲାର ଶୁଣାଣି ପାଇଁ ମେହବୁବନଗର ଜିଲ୍ଲା ଅଦାଲତରେ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର କୋର୍ଟ ଗଠନର ଘୋଷଣା ହୋଇଥିଲା ।

ଡିସେମ୍ବର 6- କାହାଣୀର କ୍ଲାଇମାକ୍ସ । ତଦନ୍ତରେ ସହଯୋଗ ନକରି ଖସିପଳାଇବା ବେଳେ 4 ଅଭିଯୁକ୍ତଙ୍କୁ ସିଧା ଏନକାଉଣ୍ଟର କରିଥିଲା ପୋଲିସ ।

Intro:Body:

BLANK FOR LINK

Conclusion:
Last Updated : Dec 6, 2019, 9:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.