ନୂଆଦିଲ୍ଲୀ: ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଯେଉଁ ପଞ୍ଚତାରକା ହୋଟେଲରେ ଟ୍ରମ୍ପ ରହିବେ । ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି ଟ୍ରମ୍ପ ଓ ତାଙ୍କ ପତ୍ନୀ ଯେଉଁ ହୋଟେଲରେ ରହିବେ, ସେହି ହୋଟେଲର ସମସ୍ତ ରୁମ୍ ଗୁଡିକ ବୁକ୍ ମଧ୍ୟ ହୋଇସାରିଛି ।
ଟ୍ରମ୍ପ ରହିବାକୁ ଥିବା ହୋଟେଲରେ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବ୍ରୁଶ ଓ ବାରାକ ଓବମା ମଧ୍ୟ ରହିସାରିଛନ୍ତି । ମିଳିଥିବା ସୂଚନା ମୁତାବକ, ଗତ ଦୁଇ ସପ୍ତାହ ହେବ ସେହି ହୋଟେଲରେ ଏନଏସଜି ଯବାନ ଓ ଦିଲ୍ଲୀ ପୋଲିସ ଲଗାତାର ଯାଞ୍ଚ କରୁଛନ୍ତି । ଏପରିକି ସେହି ହୋଟେଲର 438ଟି ରୁମକୁ ବୁକିଂ କରାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।