ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କଠାରୁ ଜେଡ୍ ପ୍ଲସ୍ ସୁରକ୍ଷା ଫେରାଇ ନିଆଯିବ । ତାଙ୍କୁ ମିଳିଥିବା ‘ବ୍ଲାକ କ୍ୟାଟ୍’ ସୁରକ୍ଷାକୁ କେନ୍ଦ୍ର ସରକାର ଫେରାଇ ନେବେ ।
ସୂଚନା ମୁତାବକ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭିଆଇପି ବ୍ୟକ୍ତିଙ୍କ ସୁରକ୍ଷାକୁ ନେଇ ସମୀକ୍ଷା କରାଯାଇଥିଲା । ଏହାପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶଙ୍କ ବ୍ଲାକ କ୍ୟାଟ୍ ସୁରକ୍ଷା ଫେରାଇ ନେବାର ନିଷ୍ପତ୍ତି ନିଆଯାଇଥିଲା । ତେବେ 2012ରେ କେନ୍ଦ୍ରରେ ୟୁପିଏ ସରକାରଙ୍କ ସମୟରୁ ଅଖିଳେଶଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଥିଲା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ 22 ଜଣ କମାଣ୍ଡୋଙ୍କ ଏକ ଦଳକୁ ଅଖିଳେଶଙ୍କ ସୁରକ୍ଷାରେ ନିୟୋଜିତ କରାଯାଇଥିଲା ।
ତେବେ ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପରିବାରର ସୁରକ୍ଷାକୁ ରାଜ୍ୟ ସରକାର ଫେରାଇ ନେଇଥିଲେ ।