ETV Bharat / bharat

ଅଜିତ ପାୱାର ହେବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ - ଅଜିତ ପାୱାର

ଅଜିତ ପାୱାର ହିଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଏନସିପିର ବିଶେଷ ସୂତ୍ରରୁ ଜଣାପଡିଛି । ହେଲେ ସେ ଆଜି ଶପଥ ଗ୍ରହଣ କରିବେ ନାହିଁ ।

Ajit Pawar
ଫାଇଲ ଫଟୋ
author img

By

Published : Nov 28, 2019, 10:02 AM IST

Updated : Nov 28, 2019, 10:12 AM IST

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସସ୍ପେନ୍ସ ଉପରେ ଜବନିକା ପଡିଛି । ଅଜିତ ପାୱାର ହିଁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଏନସିପିର ବିଶେଷ ସୂତ୍ରରୁ ଜଣା ପଡିଛି । ହେଲେ ସେ ଆଜି ଶପଥ ଗ୍ରହଣ କରିବେ ନାହିଁ । ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବା ପରେ ହିଁ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣା ପଡିଛି ।

ଏହା ପୂର୍ବରୁ ବୁଧବାର ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ଗଠନ ପରେ ମନ୍ତ୍ରୀପଦ ନେଇ 3 ଦଳ ମଧ୍ୟରେ ବୈଠକ ହୋଇଥିଲା । ୱାଇବି ଚୌହାନ ସେଣ୍ଟରରେ ପାଖପାଖି 4 ଘଣ୍ଟାର ମାରାଥନ ବୈଠକ ଚାଲିଥିଲା । ମନ୍ତ୍ରୀପଦ ବଣ୍ଟନ ନେଇ ଅନେକ ସମୟ ଧରି ଚର୍ଚ୍ଚା ଓ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନେଇ ଏନସିପିକୁ ଉପ-ମୁଖ୍ୟମନ୍ତ୍ରୀ ଓ ଉପ-ବାଚସ୍ପତି ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ଉପରେ ମୋହର ଲାଗିଥିଲା । କିନ୍ତୁ ଉପ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ଚୁଡାନ୍ତ ହୋଇନଥିଲା । କୌଣସି ବି ଦଳ ଏହାକୁ ନେଇ ମତ ପ୍ରକାଶ କରିନଥିଲା ।

Intro:Body:

BREAKING

Conclusion:
Last Updated : Nov 28, 2019, 10:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.