ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଧିରେ ଧିରେ ସ୍ବାଭାବିକ ହେଉଛି ସ୍ଥିତି । ଶନିବାର ଜମ୍ମୁର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପରେ ପିଲା ସ୍କୁଲ ଯାଇଛନ୍ତି । କେବେଳ ଏତିକି ନୁହେଁ ରାସ୍ତାରେ ଯାନବାହନ ଚଳାଚଳ ଆରମ୍ଭ ହୋଇଛି । ତେବେ ଏହାରି ଭିତରେ ଘାଟିରୁ ଆସିଛି ଭଲ ଖବର । ଜମ୍ମୁ କାଶ୍ମୀର ଗସ୍ତରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଘାଟୀବାସୀଙ୍କ ସହ ବଭିନ୍ନ ସ୍ଥାନରେ ବାର୍ତ୍ତାଳାପ କରୁଥିବା ନଜର ଆସିଛନ୍ତି ।
ଆଜି ଅନନ୍ତନାଗରେ ସ୍ଥାନୀୟ ଲୋକ ଏବଂ ମେଣ୍ଢା ମଣ୍ଡିକୁ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି ଡୋଭାଲ । ବର୍ତ୍ତମାନ ସେମାନଙ୍କର ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ।
ଅନ୍ୟପଟେ ଜମ୍ମୁ ସ୍ଥିତି ସୁଧୁରୁଥିବାରୁ ଏଠାରେ ଏଟିଏମ ମଧ୍ୟ ଖୋଲିଛି । ଟଙ୍କା ଉଠାଇବା ପାଇଁ ଏଟିଏମ ଆଗରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ମୋବାଇଲ୍ ଫୋନ୍ ସେବା ଧିରେ ଧିରେ ସକ୍ରିୟ ହେଉଥିବା ନେଇ ସୂଚନା ମିଳିଛି ।