ETV Bharat / bharat

ଅଶାନ୍ତ ଲଦାଖ ସୀମା: ଅଜିତ୍ ଡୋଭାଲଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରତିରକ୍ଷା ମନ୍ତ୍ରୀ କରିପାରନ୍ତି ମାନସ ମନ୍ଥନ

author img

By

Published : Sep 1, 2020, 2:55 PM IST

ଭାରତ ଓ ଚୀନ୍ ସୀମାରେ ପରିସ୍ଥିତି ପୁଣି ଥରେ ତିକ୍ତ ହୋଇପଡିଛି । ମଙ୍ଗଳବାର ସୀମା ପରିସ୍ଥିତି ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।

ଅଶାନ୍ତ ଲଦାଖ ସୀମା
ଅଶାନ୍ତ ଲଦାଖ ସୀମା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସୀମାରେ ପରିସ୍ଥିତି ପୁଣି ଥରେ ତିକ୍ତ ହୋଇପଡିଛି । ଚୀନ୍ ପେଙ୍ଗୋଙ୍ଗ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି କିନ୍ତୁ ଭାରତ ଏହାକୁ ସଫଳ ହେବାକୁ ଦେଇନି । ବର୍ତ୍ତମାନ ସୀମାରେ ଟ୍ୟାଙ୍କ ମଧ୍ୟ ନିୟୋଜିତ କରାଯାଇଛି । ଅନ୍ୟପଟେ ଦିଲ୍ଲୀରେ ମଧ୍ୟ ଏନେଇ ହଇଚଇ ସୃଷ୍ଟି ହୋଇଯାଇଛି । ମଙ୍ଗଳବାର ସୀମା ପରିସ୍ଥିତି ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ।

ଅଜିତ୍ ଡୋଭାଲଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
ଅଜିତ୍ ଡୋଭାଲଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ସୂଚନାନୁସାରେ, ଅଜିତ ଡୋଭାଲ ବରିଷ୍ଠ ଅଧିକାରୀଙ୍କ ସହ ଭାରତ-ଚୀନ୍ ସୀମାର ସ୍ଥିତି ସମ୍ପର୍କରେ ଆଲୋଚନା କରି ଲଦାଖ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ କହିଛନ୍ତି । ଏନଏସଏ ବ୍ୟତୀତ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିପାରନ୍ତି । ଏଥିରେ ବରିଷ୍ଠ ଅଧିକାରୀ ସ୍ତରରେ ଆଲୋଚନା ହେବ ।

ପ୍ରକାଶଥାଉକି, ଅଗଷ୍ଟ 29-30 ରାତିରେ ଚୀନ ଅନୁପ୍ରବେଶ ବିଷୟରେ ସରକାର ଏକ ବିବୃତ୍ତି ଦେଇଛନ୍ତି । ତେବେ ଭାରତୀୟ ସେନା ଯବାନ ଏହି ଉଦ୍ୟମକୁ ସଫଳ ହେବାକୁ ଦେଇନଥିଲେ ଓ ଚୀନ୍ ସୈନିକଙ୍କୁ ଘଉଡାଇ ଦେଇଥିଲେ । ଏହି ନୂତନ ବିବାଦ ପରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶ ଗ୍ରାଉଣ୍ଡ ସ୍ତରରେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷେ ବେଜିଂ କୌଣସି ଅନୁପ୍ରବେଶ ହୋଇନଥିବା କହିଛି ।

ଅନ୍ୟପକ୍ଷରେ ଚୀନ୍ ସେନା ଦ୍ବାରା ଆଉ ଏକ ଆକ୍ରମଣାତ୍ମକ ବିବୃତ୍ତି ଦିଆଯାଇ କୁହାଯାଇଥିଲା ଯେ ଭାରତୀୟ ସେନା ଏଲଏସିରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ଉଚିତ୍ ନଚେତ ଏପରି ବାରମ୍ବାର ଅନୁପ୍ରବେଶ କରାଯିବ ଓ ସ୍ଥିତି ସ୍ବଭାବିକ ହେବ ନାହିଁ । ତେବେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଏହି ବିବୃତ୍ତି ପରେ ଭାରତ ସରକାରଙ୍କ ତରଫରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ । ତେବେ ମଙ୍ଗଳବାର ସୀମାରେ ଥିବା ଚୁସୁଲରେ ବ୍ରିଗେଡିୟର୍ ସ୍ତରରେ ଆଲୋଚନା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.