ETV Bharat / bharat

ଦିଲ୍ଲୀ ରେଳଲାଇନ କଡରୁ ବସ୍ତି ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଚ୍ୟାଲେଞ୍ଜ କଲେ ଅଜୟ ମାକେନ୍ - challenging the decision about demolition of 48000 slums

ରାଜଧାନୀ ଦିଲ୍ଲୀର ରେଳଲାଇନରେ ରହିଥିବା ବିଭିନ୍ନ ବସ୍ତି ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ କଂଗ୍ରେସ ନେତା ଅଜୟ ମାକେନ୍ ଏହି ବିଚାରର ସମୀକ୍ଷା କରିବାକୁ ନିବେଦନ କରିଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟରେ କଂଗ୍ରେସ ନେତା ଚ୍ୟାଲେଞ୍ଜ କରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ରେଳଲାଇନରୁ ବସ୍ତି ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଚ୍ୟାଲେଞ୍ଜ କଲେ ଅଜୟ ମାକେନ୍

author img

By

Published : Sep 11, 2020, 5:38 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରେଳଲାଇନରେ ରହିଥିବା ବିଭିନ୍ନ ବସ୍ତି ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ କଂଗ୍ରେସ ନେତା ଅଜୟ ମାକେନ୍ ଏହି ବିଚାରର ସମୀକ୍ଷା କରିବାକୁ ନିବେଦନ କରିଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟରେ କଂଗ୍ରେସ ନେତା ଚ୍ୟାଲେଞ୍ଜ କରିଛନ୍ତି ।

କଂଗ୍ରେସ ନେତା ଦର୍ଶାଇଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ଆଦେଶ 10 ଲକ୍ଷରୁ ଅଧିକ ଲୋକଙ୍କୁ ବାସହରା କରାଇବ । ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟରେ ଏକ ସମୀକ୍ଷା କରାଯାଉ । ଦିଲ୍ଲୀର ବିଭିନ୍ନ ରେଳଲାଇନରେ ଥିବା ପ୍ରାୟ 48000 ବସ୍ତି ହଟାଇବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସେବେ ଠାରୁ କୋର୍ଟର ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି।

ସୂଚନାଯୋଗ୍ୟ, ଏମସି ମେହେଟ୍ଟା ମାମଲାରେ ଦିଲ୍ଲୀର ବିଭିନ୍ନ ରେଳଲାଇନ କଡରେ ଥିବା ପ୍ରାୟ 48000 ବସ୍ତି ହଟାଇବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସେବେଠାରୁ କୋର୍ଟର ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି। 2018 ମସିହାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ରେଳ ଲାଇନ ଅଞ୍ଚଳରୁ ବସ୍ତି ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତ୍ତି ବିଷୟରେ ଅନେକ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା । ରାଜନୈତିକ ଦଳ ବସ୍ତିବାସିନ୍ଦାଙ୍କୁ ସମର୍ଥନ କରିଥିବା ଦେଖିଥିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.