ETV Bharat / bharat

ଦିଲ୍ଲୀରେ କଂଗ୍ରେସ କ୍ଷମତାକୁ ଆସିଲେ ଲାଗୁ ହେବନି ଏନଆରସି: ଅଜୟ ମାକେନ - congress in power delhi says congress leader

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିବା ପରେ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ଦଳର ରାଜନୈତିକ କ୍ୟାମ୍ପ। ନିର୍ବାଚନରେ ବାଜିମାତ୍ କରିବା ପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଭିନ୍ନ ଦଳ। ଏହିକ୍ରମରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଦଳ ଦିଲ୍ଲୀରେ କ୍ଷମତାସୀନ ହେଲେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଲାଗୁ କରିବ ନାହିଁ।

କଂଗ୍ରେସର ପ୍ରତିଶୃତି, ଶାସନକୁ ଆସିଲେ ଲାଗୁ ହେବନି ଏନସିଆର

author img

By

Published : Jan 7, 2020, 12:51 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବା ପରେ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଲଣୀ ବିଭିନ୍ନ ରାଜନୈତିକ ଦଳ। ଏପରିକି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ଦଳୀୟ ନେତା। ନିର୍ବାଚନ ପାଖେଇ ଆସୁଥିବାର ସକ୍ରିୟ ହୋଇଉଠିଛି ବିଭିନ୍ନ ଦଳର ଦଳୀୟ ଶିବିର।

ଦଳୀୟ ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ମତ ରଖି କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଯେ, ଦିଲ୍ଲୀରେ ଦଳ କ୍ଷମତାସୀନ ହେଲେ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)ଲାଗୁ କରିବ ନାହିଁ। ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିବା ନେଇ ଆଶାବାଦୀ ଅଛନ୍ତି ସେ।
ଏହି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଦଳୀୟ ଇସ୍ତାହାରରେ ଏନଆରସି ମୁଖ୍ୟ ପ୍ରସଙ୍ଗ ହେବ ବୋଲି କଂଗ୍ରେସର ଏହି ନେତା ଜଣଙ୍କ କହିଛନ୍ତି।

କଂଗ୍ରେସ ନେତା ମାକେନ ଏହା ମଧ୍ୟ କହିଛନ୍ତି ଯେ, କଂଗ୍ରେସର ନିର୍ବାଚନ ଇସ୍ତାହାର କମିଟିର ପ୍ରଥମ ବୈଠକ ରବିବାର ଆୟୋଜିତ ହୋଇଛି। ସର୍ବ ସହମତିରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଦିଲ୍ଲୀରେ ଲାଗୁ ହେବ ନାହିଁ। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାର ଯେଉଁ ଏନପିଆରକୁ ଲାଗୁ କରିବାକୁ ଚାହୁଁଛିନ୍ତି ତାହା 2010 ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ସେତେବେଳେ କେନ୍ଦ୍ରର ଶାସନ କ୍ଷମତାରେ ଥିବା ୟୁପିଏ ସରକାରଙ୍କ କାର୍ଯ୍ୟକାଳ ସମୟରେ ଆସିଥିବା ନେସନାଲ ପପୁଲେସନ ରେଜିଷ୍ଟର(ଏନପିଆର) ସମ୍ପୂର୍ଣ୍ଣ ଭିନ୍ନ ଥିଲା। ବର୍ତ୍ତମାନର ବିଜେପି ସରକାର ଏନପିଆର ଆଳରେ ଯେଉଁ ଏନଆରସିକୁ ଲାଗୁ କରିବାକୁ ଚାହୁଁଛି, ତାହା ଆମେ କରିବାକୁ ଦେବୁ ନାହିଁ।

ସେପଟେ କଂଗ୍ରେସର ଏହି ଘୋଷଣା ପରେ ବିଜେପି ପାଲଟା ଜବାବ ଦେଇଛି। ଦିଲ୍ଲୀ ବିଜେପି ରାଜ୍ୟ ଶାଖା ସଭାପତି ତଥା ପୂର୍ବ ଦିଲ୍ଲୀ ସାଂସଦ ମନୋଜ ତିୱାରୀ କହିଛନ୍ତି ଯେ କଂଗ୍ରେସ ମିଥ୍ୟା ଖବର ପ୍ରଚାର କରୁଛି। ସଂସଦରେ ଏପର୍ଯ୍ୟନ୍ତ ଏନପିଆର ବିଲ ଉପସ୍ଥାପନା ହୋଇନାହିଁ। ହେଲେ କଂଗ୍ରେସ ଏନସିପିଆରକୁ ନେଇ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଚାର ଆରମ୍ଭ କଲାଣି। ସାଧାରଣ ଲୋକେ ଏହି ବିଲକୁ ନା ପଢିଛନ୍ତି ନା ଦେଖିଛନ୍ତି, ହେଲେ କଂଗ୍ରେସ ଏହାକୁ ନେଇ ମିଥ୍ୟା ପ୍ରଚାର କରୁଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.