ETV Bharat / bharat

କୋରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କେଜ୍ରିୱାଲ: ଅଜୟ ମେକନ୍

author img

By

Published : May 30, 2020, 10:31 AM IST

Updated : May 30, 2020, 3:11 PM IST

ଦିଲ୍ଲୀରେ କୋରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ 1000 ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି, ଯାହା ପରେ ସମୁଦାୟ ସଂକ୍ରମିତ ସଂଖ୍ୟା 17 ହଜାର ଅତିକ୍ରମ କରିଛି । ଦିଲ୍ଲୀ ସରକାରଙ୍କ ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା 398 । କିନ୍ତୁ କଂଗ୍ରେସ ନେତା ଅଜୟ ମାକେନ୍ ଏହି ଆକଳନକୁ ଭୁଲ କହୁଛନ୍ତି।

Ajay maken
ଅଜୟ ମେକନ୍

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ 1000 ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି, ଯାହା ପରେ ସମୁଦାୟ ସଂକ୍ରମିତ ସଂଖ୍ୟା 17 ହଜାର ଅତିକ୍ରମ କରିଛି । ଦିଲ୍ଲୀ ସରକାରଙ୍କ ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁରେ ମୃତ୍ୟୁବରଣ କରିଥିବା ରୋଗୀଙ୍କ ସଂଖ୍ୟା 398 । କିନ୍ତୁ କଂଗ୍ରେସ ନେତା ଅଜୟ ମାକେନ୍ ଏହି ଆକଳନକୁ ଭୁଲ କହୁଛନ୍ତି। ତାଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅଜୟ ମାକେନ୍ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏକ ତଥ୍ୟ ପ୍ରକାଶ କରି କେଜ୍ରିୱାଲ ସରକାରଙ୍କ ତଥ୍ୟ ଭୁଲ ବୋଲି କହିଛନ୍ତି।

ସେ ଲେଖିଛନ୍ତି, ‘ଗତକାଲି ରାତି ପର୍ଯ୍ୟନ୍ତ ଦିଲ୍ଲୀରେ କୋଭିଡ ପ୍ରୋଟୋକଲ ଦ୍ବାରା 1036 ଟି ଶବଦାହ କରାଯାଇଛି। କିନ୍ତୁ ସରକାରୀ ମୃତ୍ୟୁ ସଂଖ୍ୟା 392 ଅଟେ। ନିଗମ ବୋଧ -439, ପଞ୍ଜାବୀ ବାଗ -389, ଆଇଟିଓ-164, ମଙ୍ଗୋଲ ପୁରୀ -22, ବୁଲନ୍ଦ ମସଜିଦ -22 । ଲୁଚି ଲୁଚି AAP ଯେଉଁ ଗୁପ୍ତ ତଥ୍ୟ ଦେଉଛି ତାହା ମଧ୍ୟ ଅସମ୍ପୂର୍ଣ୍ଣ ଅଟେ ’ ।

ଯଦି ଅଜୟ ମାକେନଙ୍କ ତଥ୍ୟକୁ ବିଶ୍ବାସ କରାଯାଏ ତେବେ କେଜ୍ରିୱାଲ୍ ସରକାର କୋରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଲୁଚାଉଛନ୍ତି ଓ ଲୋକଙ୍କୁ ଭୁଲ ତଥ୍ୟ ପଠାଉଛନ୍ତି। ମାକେନ୍ ଏହା ମଧ୍ୟ କହିଥିଲେ ଯେ କେଜ୍ରିୱାଲ ସରକାର ବିଜ୍ଞାପନ ନାମରେ ରାଜ୍ୟ ବଜେଟକୁ ନଷ୍ଟ କରିଥିବା କରିଛନ୍ତି। କଂଗ୍ରେସ ନେତା, କେଜ୍ରିୱାଲ ସରକାରଙ୍କୁ ତାଙ୍କ ଟ୍ବିଟରେ କହିଛନ୍ତି ଯେ ଏପ୍ରିଲ 13 ରେ ପ୍ରସ୍ତାବିତ 60 ଟି ଜାପାନୀ ସାନିଟାଇଜେସନ ମେସିନ ବହୁ ପ୍ରଶଂସାରେ ଲଞ୍ଚ କରାଯାଇଥିଲା, ସେଗୁଡିକ ଏବେ କେଉଁଠି ?

ଦିଲ୍ଲୀରେ 24 ଘଣ୍ଟା ମଧ୍ୟରେ କୋଭିଡ-19 ର ମୃତ ତାଲିକାରେ 82 ଟି ନୂତନ ନାମ ଯୋଡି ହୋଇଛି । ସେଥିମଧ୍ୟରୁ 69 ମୃତ୍ୟୁ ମାମଲା ବିଳମ୍ବରେ ତାଲିକାରେ ଯୋଡାଯାଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଶୁକ୍ରବାର 13 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅବଶିଷ୍ଟ 69 ମୃତ୍ୟୁ ଗତ 34 ଦିନରେ ଘଟିଛି ଓ ଏହି ସଂଖ୍ୟା ବିଳମ୍ବରେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସିସୋଦିଆ କହିଛନ୍ତି ଯେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଦିଲ୍ଲୀରେ ପୁନରୁଦ୍ଧାରର ହାର ପ୍ରାୟ 50 ପ୍ରତିଶତ ରହିଛି ।

Last Updated : May 30, 2020, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.