ETV Bharat / bharat

10 ଦିନ ମଧ୍ୟରେ ରାଜସ୍ଥାନର 3 ପୋଲିସକର୍ମୀଙ୍କ ଆତ୍ମହତ୍ୟା - ରାଜସ୍ଥାନ

ଗତ 10 ଦିନ ମଧ୍ୟରେ ରାଜସ୍ଥାନରେ 3 ପୋଲିସକର୍ମୀ ଆତ୍ମହତ୍ୟା କରିଛନ୍ତି । ଗତ ରବିବାର ରାଜସ୍ଥାନର ଜୈଶଲମେର ପୋରଣରେ ଜଣେ କନେଷ୍ଟବଳ ହୋଟେଲ ରୁମ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ।

sucide
10 ଦିନ ମଧ୍ୟରେ ରାଜସ୍ଥାନର 3 ପୋଲିସକର୍ମୀଙ୍କ ଆତ୍ମହତ୍ୟା
author img

By

Published : Jun 1, 2020, 1:19 PM IST

ଜୟପୁର: ଗତ 10 ଦିନ ମଧ୍ୟରେ ରାଜସ୍ଥାନରେ 3 ପୋଲିସକର୍ମୀ ଆତ୍ମହତ୍ୟା କରିଛନ୍ତି । ଗତ ରବିବାର ରାଜସ୍ଥାନର ଜୈଶଲମେର ପୋରଣରେ ଜଣେ କନେଷ୍ଟବଳ ହୋଟେଲ ରୁମ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ, ରବିବାର ରାତି 9.30 ସମୟରେ କନଷ୍ଟେବଳ ମାୟାରାମ ମୀଣା ହୋଟେଲ ରୁମରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ମାୟାରାମ ପାୱାର ଗ୍ରୀଡରେ ଡ୍ୟୁଟିରେ ଥିଲେ। ପାୱାର ଗ୍ରୀଡ୍ କମ୍ପାନୀ ଲୋକମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ତାଙ୍କ ଆତ୍ମହତ୍ୟା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମେ 23 ଚୁରୁର ରାଜଗଡ ଥାନାପ୍ରଭାରୀ ବିଷ୍ଣୁଦତ୍ତ ବିଶୋଇ ସରକାରୀ କ୍ବାଟରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ବିଶୋଇ ଆକତ୍ମହତ୍ୟା ପୂର୍ବରୁ ଦୁଇଟି ସୁଇସାଇଡ ନୋଟ ଲେଖିଥିଲେ । ଯେଉଁଥିରେ ସେ ଚାପ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ସେହିପରି ମେ 29 ରେ ଦୌସାର ସୈନ୍ଥାଲ ପୋଲିସ ଷ୍ଟେସନରେ କାର୍ଯ୍ୟରତ ହେଡ କନେଷ୍ଟବଳ ଗିରିରାଜ ପ୍ରସାଦ ଥାନାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଗତ ରବିବାର ମଧ୍ୟ କନଷ୍ଟେବଳ ମାୟାରାମ ମୀଣାଙ୍କ ଆତ୍ମହତ୍ୟା ଘଟଣା ଏକ ଆଲୋଡନ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.