ETV Bharat / bharat

ଭାରତର ବୃହତ୍ତମ ଭୋଲଟି ନେଟୱାର୍କ ପାଇଁ ନୋକିଆର ସହାୟତା ନେବ ଏୟାରଟେଲ

ଏୟାରଟେଲ ଆରମ୍ଭ କରିଥିବା କ୍ଲାଉଡିଫିକେଶନ ପ୍ରକ୍ରିୟାରେ କମ୍ପାନୀ ନୋକିଆର କ୍ଲାଉଡବ୍ୟାଣ୍ଡ ଇନଫ୍ରାଷ୍ଟ୍ରକଚରର ମଧ୍ୟ ବ୍ୟବହାର କରିବ । ଯାହା 5ଜି ସେବା ସହ ଇଣ୍ଟରନେଟ ସହ ସଂଯୋଗ ହୋଇଥିବା ଡିଭାଇସ ପାଇଁ ନୂଆ ରାଜସ୍ବର ସୁଯୋଗ ସୃଷ୍ଟି କରିବ ।

author img

By

Published : Jul 7, 2020, 3:55 AM IST

Airtel and nokia collaboration, airtel's 5g service, nokia's 5g service, latest technology news, latest network news, ଏୟାରଟେଲ ଓ ନୋକିଆ ମିଳିତ ସର୍ଭିସ, ଏୟାରଟେଲ 5ଜି ସର୍ଭିସ, ନୋକିଆର 5ଜି ସର୍ଭିସ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ଲାଟେଷ୍ଟ ନେଟୱାର୍କ ନ୍ୟୁଜ୍‌
ଭାରତର ବୃହତମ ଭୋଲଟି ନେଟୱାର୍କ ପାଇଁ ନୋକିଆର ସହାୟତା ନେବ ଏୟାରଟେଲ

ହାଇଦ୍ରାବାଦ: ୟୁଜର୍ସଙ୍କୁ ଅଧିକ ବିକଶିତ ସେବା ଯୋଗାଇବା ପାଇଁ ଏୟାରଟେଲ କମ୍ପାନୀ ଆରମ୍ଭ କରିଛି କ୍ଲାଉଡିଫିକେଶନ ପ୍ରକ୍ରିୟା । ଏହାଦ୍ବାରା ଏକ ନିର୍ଦ୍ଦିଷ୍ଟ ସର୍ଭର ଉପରେ ନିର୍ଭର ନକରି ସମସ୍ତ କାର୍ଯ୍ୟକଳାପକୁ କ୍ଲାଉଡ ମାଧ୍ୟମରେ ସହଜରେ ଓ ଯେକୌଣସି ସ୍ଥାନରେ କରିପାରିବେ ୟୁଜର୍ସ । ଏହି ପ୍ରକ୍ରିୟା ଦ୍ବାରା ୟୁଜର୍ସଙ୍କୁ 5ଜି ସେବା ଯୋଗାଇବା ନେଇ ମଧ୍ୟ କମ୍ପାନୀ ସ୍ପଷ୍ଟ କରିଛି । ଯାହା ଦ୍ବାରା ୟୁଜର୍ସଙ୍କୁ ଉଚ୍ଚ ଦକ୍ଷତା ସମ୍ପନ୍ନ ନେଟୱାର୍କ, ଫ୍ଲେକ୍ସିବିଲିଟି ଓ ସହଜ ସେବା ମିଳିପାରିବ ।

ବିଶ୍ବବ୍ୟାପୀ ଏୟାରଟେଲ ନେଟୱାର୍କ ପ୍ରାୟ 110 ମିଲିୟନ ୟୁଜର୍ସଙ୍କୁ ସେବା ଯୋଗାଉଥିବା ବେଳେ ଭାରତରେ ଏହାକୁ ବୃହତମ କ୍ଲାଉଡ ଅଧିକତ ଭୋଲଟି ନେଟୱାର୍କରେ ପରିଣତ କରିବା ପାଇଁ କମ୍ପାନୀ ପ୍ରୟାସ ଜାରି ରଖିଛି । ଏଥିପାଇଁ କମ୍ପାନୀ ନୋକିଆ ସହ ହାତ ମିଳାଇ ଭାରତରେ ନୋକିଆ ଦ୍ବାରା ପରିଚାଳିତ ଭୋଲଟି ସର୍ଭିସ ଯୋଗାଇବାର ଯୋଜନା ରଖିଛି ।

2ଜି ଓ 3ଜି ସେବା ତୁଳନାରେ ଏହି ନୂଆ ସେବାରେ ନେଟୱାର୍କକୁ ପାରମ୍ପରିକ ଅଫ-ଦି-ସେଲ୍ଫ ଆଇଟି ହାର୍ଡଓୟାର ସମେତ କ୍ଲାଉଡ ଅଧିକୃତ ଭର୍ଚ୍ଚୁଆଲ ନେଟୱାର୍କ ଫଙ୍କସନ(ଭିଏନଏଫ)ର ବ୍ୟବହାର କରିବାକୁ ପଡେ । ଯାହା କମ୍‌ ସ୍ଥାନ ଓ ଶକ୍ତିର ବ୍ୟବହାରରେ ଭାରତରେ ଥିବା 22ଟି ଟେଲିକମ ସର୍ଭିସ ପାଖରେ ପହଞ୍ଚିପାରିବ । ସେପଟେ ନୋକିଆର ନୂଆ ଭୋଲଟି ସଲ୍ୟୁସନ ଦ୍ବାରା ଏୟାରଟେଲ ସ୍ପେକ୍ଟ୍ରମରେ 3ଜି ସେବାରୁ ସ୍ଥାନ ବଞ୍ଚାଇ ଏହି ସ୍ଥାନକୁ 4ଜି ବା ଭୋଲଟି ସେବା ଯୋଗାଇବାରେ ସାହାଯ୍ୟ କରିବ ।

ତେବେ ଏଥିପାଇଁ ଏୟାରଟେଲ ଆରମ୍ଭ କରିଥିବା କ୍ଲାଉଡିଫିକେଶନ ପ୍ରକ୍ରିୟାରେ କମ୍ପାନୀ ନୋକିଆର କ୍ଲାଉଡବ୍ୟାଣ୍ଡ ଇନଫ୍ରାଷ୍ଟ୍ରକଚରର ମଧ୍ୟ ବ୍ୟବହାର କରିବ । ଯାହା 5ଜି ସେବା ସହ ଇଣ୍ଟରନେଟ ସହ ସଂଯୋଗ ହୋଇଥିବା ଡିଭାଇସ ପାଇଁ ନୂଆ ରାଜସ୍ବର ସୁଯୋଗ ସୃଷ୍ଟି କରିବ । ଏଠାରେ ଜାଣିବା ଦରକାର କି କ୍ଲାଉଡବ୍ୟାଣ୍ଡ କ’ଣ । ଏହା ହେଉଛି ଏକ ମୁକ୍ତ, ପରିମେୟ ଓ ଫ୍ଲେକ୍ସିବୁଲ ପ୍ଲାଟଫର୍ମ । ଯାହା ଏୟାରଟେଲକୁ ଆବଶ୍ୟକୀୟ ପରିସ୍ଥିତି ମୁତାବକ ନେଟୱାର୍କ ଆଡପ୍ଟ କରିବାରେ ସାହାଯ୍ୟ କରିବ ।

ଏନେଇ ଭାରତୀ ଏୟାରଟେଲର ସିଟିଓ ରଣଦୀପ ଶେଖୋନ କହିଛନ୍ତି କି ଦେଶର ବୃହତମ ଓପନ କ୍ଲାଉଡ ବେସ୍‌ଡ ଭୋଲଟି ନେଟୱାର୍କ ଏୟାରଟେଲର ବର୍ତ୍ତମାନର ଯାତ୍ରାରେ ଏକ ବଡ ମାଇଲଖୁଣ୍ଟ ସଦୃଶ । ଏନେଇ କମ୍ପାନୀର ଉଦ୍ଦେଶ୍ୟ ହେଉଛି କ୍ଲାଉଡ ସଲ୍ୟୁସନର ବ୍ୟବହାର କରି ଆର୍କିଟେକ୍ଚରକୁ ଅଧିକ ସରଳ ଓ ବ୍ୟବହାରଯୋଗ୍ୟ କରାଇବା । ଏହା ନା ଯେ କେବଳ ଫାଷ୍ଟ ନେଟୱାର୍କ ଯୋଗାଇବ ବରଂ ଏହା ଗ୍ରାହକଙ୍କ ଏକ ସୁଖଦ ଅନୁଭୂତି ମଧ୍ୟ ଯୋଗାଇବ ।

ସେପଟେ ନୋକିଆ ସଫ୍ଟଓୟାର ଅଧ୍ୟକ୍ଷ ତଥା ନୋକିଆର ମୁଖ୍ୟ ଡିଜିଟାଲ ଅଫିସର ଭାସ୍କର ଗୋର୍ତ୍ତିଙ୍କ କହିବା ଅନୁଯାୟୀ ନୋକିଆର ଏହା ବୃହତ୍ତମ ସର୍ଭିସ ହେବ । ଯାହା ଗ୍ରାହକଙ୍କୁ ଅଧିକ ସରଳ ଓ ଫ୍ଲେକ୍ସିବୁଲ ସେବା ଯୋଗାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.