ETV Bharat / bharat

ଏୟାରସେଲ-ମାକ୍ସିସ୍‌ ମାମଲା: ଚିଦାମ୍ବରମ୍‌ ଓ କାର୍ତ୍ତିଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବୃଦ୍ଧି - india

ସିବିଆଇ ଏକ ସ୍ବତନ୍ତ୍ର କୋର୍ଟ ଏୟାରସେଲ-ମାକ୍ସିସ୍‌ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଆସନ୍ତା ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : May 30, 2019, 10:26 PM IST

ନୂଆଦିଲ୍ଲୀ: ଏୟାରସେଲ-ମାକ୍ସିସ୍‌ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଆଶ୍ବସ୍ତି ମିଳିଛି । ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେମାନଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ଆସନ୍ତା ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେମାନଙ୍କ ଆଗୁଆ ଜାମିନର ବିଚାର ପାଇଁ ଅଧିକ ସମୟ ମାଗିବାରୁ ସ୍ବତନ୍ତ୍ର ବିଚାରପତି ଓପି ସାଇନି ଏହି ସୁରକ୍ଷାକୁ ବୃଦ୍ଧି କରିଛନ୍ତି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହେଟ୍ଟା ତଥ୍ୟ ଉପସ୍ଥାପନ କରିଥିଲେ। ମାମଲା ସହ ଜଡିତ ମୌଳିକ ସୂଚନା ଗୁଡିକ ବିଦେଶୀ ରାଷ୍ଟ୍ରରୁ ତଥା ସିଙ୍ଗାପୁରରୁ ଆସିବାର ଥିବାରୁ 3 ସପ୍ତାହ ସମୟ ଦେବାକୁ ଅନୁରୋଧ କରିଥିଲେ । ସେହିପରି କପିଲ ଶିବଲ ଓ ଅଭିଷେକ ମନୁ ସାଙ୍ଘଭୀ ପି ଚିଦାମ୍ବରମ୍‌ ଓ କାର୍ତ୍ତି ଚିଦାମ୍ବରମଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପିତ କରିଥିଲେ।

ଗତ ମେ 6 ତାରିଖରେ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ ଉଭୟ ପିତା ଏବଂ ପୁତ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ମେ 30 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। 2006 ମସିହାରେ ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ(ଏଫ୍‌ଆଇପିବି) ପକ୍ଷରୁ ଏୟାରସେଲ-ମାକ୍ସିସ୍‌ ପାଇଁ ହୋଇଥିବା ମଞ୍ଜୁରୀରେ ଅନିୟମିତତା ପରିଲକ୍ଷିତ ହୋଇଥିଲା । ସେତେବେଳେ ପି ଚିଦାମ୍ବରମ୍‌ କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିଲେ ।

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.