ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଛି । ଯାହାକୁ ନେଇ କେନ୍ଦ୍ର ସରକାର କିଛି କ୍ଷେତ୍ରରେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ଏହାରି ମଧ୍ୟରେ ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାଣ ସେବା ପୁଣି ଆରମ୍ଭ ହୋଇଛି ବୋଲି ସୋମବାର ଏୟାରଏସିଆ ଇଣ୍ଡିଆ କହିଛି।
ସୂଚନା ଅନୁଯାୟୀ, ଅଗଷ୍ଟ 27 ରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସକୁ ଘରୋଇ ବିମାନରେ ପ୍ରି-ପ୍ୟାକ୍ ହୋଇଥିବା ସ୍ନାକ୍ସ, ମିଲ୍ ଏବଂ ଘରୋଇ ବିମାନରେ ପାନୀୟ ପଦାର୍ଥ ଏବଂ ଅନ୍ତର୍ଜାତୀୟ ବିମାନରେ ଗରମ ଭୋଜନ ଯୋଗାଇବାକୁ ଅନୁମତି ଦେଇଥିଲେ |
କୋରୋନା ମହାମାରୀରେ ଲାଗୁ ହେଇଥିବା ଲକଡାଉନ ମଧ୍ୟରେ ମେ 25ରେ ଏୟାରଏସିଆ ଇଣ୍ଡିଆର ଘରୋଇ ବିମାନ ଚଳାଚଳ ସେବା ପୁନଃଆରମ୍ଭ ହୋଇଥିଲା । ସରକାର ଦେଇଥିବା ନିୟାମକ ନିର୍ଦ୍ଦେଶାବଳୀରେ ସାମାନ୍ୟ ଛାଡ ପରେ ଏୟାରଏସିଆ ଇଣ୍ଡିଆ ବିମାନ ଉଡ଼ାଣ ସେବା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି।