ETV Bharat / bharat

50 ହଜାର ଡାକ୍ତର ଓ ପ୍ରବାସୀଙ୍କୁ ମାଗଣା ଉଡାଣ ସେବା ଯୋଗାଇବ ଏୟାର ଏସିଆ

ବିମାନ କମ୍ପାନୀ ଏୟାର ଏସିଆ ନିଜର ଷଷ୍ଠ ବାର୍ଷିକୀ ଅବସରରେ ଯାତ୍ରୀଙ୍କ ପାଇଁ 'ରେଡ ପାସ' ର ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛି । ଏହି ସ୍ବତନ୍ତ୍ର ପଦକ୍ଷେପ ଅନୁଯାୟୀ ଏୟାର ଏସିଆ ଡାକ୍ତରମାନଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ଦେବ । ଅଧିକ ପଢନ୍ତୁ...

author img

By

Published : Jun 13, 2020, 1:31 AM IST

airasia 6th anniversary free red pass to 50000 doctors for domestic flight
50 ହଜାର ଡାକ୍ତର ଓ ପ୍ରବାସୀଙ୍କୁ ମାଗଣା ଉଡାଣ ସେବା ଯୋଗାଇବ ଏୟାର ଏସିଆ

ମୁମ୍ବାଇ: ବିମାନ କମ୍ପାନୀ ଏୟାର ଏସିଆ ନିଜର ଷଷ୍ଠ ବାର୍ଷିକୀ ଅବସରରେ ଯାତ୍ରୀଙ୍କ ପାଇଁ 'ରେଡ ପାସ' ର ଅବଧି ବୃଦ୍ଧି କରିବାକୁ ଘୋଷଣା କରିଛି । ଏହି ସ୍ବତନ୍ତ୍ର ପଦକ୍ଷେପ ଅନୁଯାୟୀ ଏୟାର ଏସିଆ ଡାକ୍ତରମାନଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ଦେବ ।

ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଦେଶର ସମସ୍ତ ଡାକ୍ତରମାନେ ଘରୋଇ ବିମାନ ପାଇଁ ଏହି ସୁବିଧାର ଲାଭ ଉଠାଇପାରିବେ । ଏଥିସହ କମ୍ପାନୀ ପ୍ରବାସୀ ଶ୍ରମିକମାନଙ୍କ ଏହି ପଦକ୍ଷେପ ଜାରି ରଖିବାକୁ ଘୋଷଣା କରିଛି ।

ଟାଟା ଗ୍ରୁପ ଏବଂ ଏୟାର ଏସିଆ ଗ୍ରୁପ ଦ୍ବାରା ପ୍ରୋତ୍ସାହିତ ହୋଇଥିବା ଏହି କମ୍ପାନୀ ଜୁନ 12, 2014ରେ ପ୍ରଥମ ବିମାନ ଉଡ଼ାଣ ଭରିଥିଲା । ଏହି ଦିନ ପ୍ରଥମ ଥର ପାଇଁ ବିମାନଟି ବେଙ୍ଗାଲୁରୁରୁ ଗୋଆକୁ ଉଡାଣ ଭରିଥିଲା । ସେବେଠୁ ଏହି ବିମାନ କମ୍ପାନୀ 21ଟି ସ୍ଥାନ ପାଇଁ ଉଡାଣ ଭରିଛି । କମ୍ପାନୀର ପାଖରେ ବର୍ତ୍ତମାନ 30ଟି ଏୟାରବସ୍ A320 ଏୟାରକ୍ରାପ୍ଟ୍ସ ରହିଛି ।

ଏୟାର ଏସିଆ ଶୁକ୍ରବାର ଦିନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦେଇଛି । ଏହି ଏୟାରଲାଇନ୍ସ କମ୍ପାନୀ କହିଛି ଯେ, କୌଣସି ଡାକ୍ତର ତାଙ୍କ ଯୋଗାଯୋଗ ବିବରଣୀ, ପଞ୍ଜୀକରଣ ନମ୍ବର କିମ୍ବା ଆଇଡି ପ୍ରୁଫ 19 ଜୁନ୍ 2020 ସୁଦ୍ଧା କମ୍ପାନୀର ୱେବସାଇଟରେ ଅପଲୋଡ କରିପାରିବେ । ଏହିଭଳି ଭାବେ 50 ହଜାର ଏୟାର ଏସିଆ ରେଡ ପାସ୍ ଜାରି କରାଯିବ ।

ଏଥିସହ ଏୟାର ଏସିଆ କହିଛି ଯେ, ନିଜର 'ଆଶାର ଉଡାଣ' ପଦକ୍ଷେପ ଆଧାରରେ ବିଭିନ୍ନ ସ୍ଥାନରେ ଫସିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ସୁରକ୍ଷିତ ଭାବେ ପହଞ୍ଚାଇବା କାମ ଜାରି ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କମ୍ପାନୀ ବ୍ୟକ୍ତିଗତ, ଆସୋସିଏସନ ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ପ୍ରାୟ 2 ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇଛି । ଶୁକ୍ରବାର ଦିନ କମ୍ପାନୀ ହାଇଦ୍ରାବାଦରୁ ପାଟନା ମାର୍ଗକୁ ନିଜର 14ତମ ଚାର୍ଟର ବିମାନ ପଠାଇଛି । ତେବେ ଏହି ରୁଟରର ଚାର୍ଟର ବିମାନ କ୍ୟାପଟେନ ମନୀଷ ଅପ୍ପଲ ଉଡାଇବେ । କ୍ୟାପଟେନ ଅପ୍ପଲ ହେଉଛନ୍ତି ଏୟାର ଏସିଆର ଅପରେସନ ମୁଖ୍ୟ । ତାଙ୍କ ସହ କ୍ୟାପଟେନ ମୁକେଶ ନେମା ମଧ୍ୟ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.