ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଦିଲ୍ଲୀର ବାୟୁ ଗୁଣବତ୍ତା । ସୋମବାର ଦିଲ୍ଲୀର ବାୟୁ ଅତ୍ୟନ୍ତ ଖରାପ ଥିବା କହିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।
ବାୟୁ ଗୁଣବତ୍ତା ସୂଚକାଙ୍କ ଅନୁସାରେ ଆଇଟିଓରେ 307ଥିବା ବେଳେ ଆନନ୍ଦ ବିହାରରେ 405 ରହିଥିବା କହିଛି ସିପିସିବି । ଇଣ୍ଡିଆ ଗେଟ୍,ଅକଶାରଧାମ ଓ ଆଟିଓରେ ପରିବେଶ ଏକଦମ ଧୂଆଁମୟ ରହିଥିଲା । ସେଠାରେ ମର୍ଣ୍ଣି ୱାକରେ ଆସିଥିବା ଲୋକଙ୍କ ସହ ସାଇକେଲରେ ଯାତ୍ରା କରୁଥିବା ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହୋଇଥିଲା । ଗତ ସପ୍ତାହରୁ ଦିଲ୍ଲୀର ଖରାପ ବାୟୁ ଗୁଣବତ୍ତା ପାଇଁ ଅନେକଙ୍କ ଫୁସଫୁସ ସହ ନିଶ୍ବାସ ନେବାରେ ବହୁତ ଅସୁବିଧା ହୋଇଥିବା କହିଛନ୍ତି ଜଣେ ସାଇକେଲଯାତ୍ରୀ ମୁକୁଲ ଦିୱାନ ।
ଦିଲ୍ଲୀରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢୁଛି ଯାହା ଦିଲ୍ଲୀବାସୀଙ୍କୁ ଗୁରୁତର ଅସୁବିଧାରେ ପକାଉଛି । ଆଗରୁ 10ରୁ 15ଜଣ ସାଇକେଲଯାତ୍ରୀ ସକାଳେ ଆସୁଥିବା ବେଳେ ବର୍ତ୍ତମାନ ଖରାପ ବାୟୁ ପାଇଁ ମାତ୍ର ଦୁଇଜଣ ଆସୁଥିବା କହିଛନ୍ତି ଅନ୍ୟ ଜଣ ସାଇକେଲଯାତ୍ରୀ କବିର । ଦିଲ୍ଲୀ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଲା ନଡା ଜାଳିବା । ପ୍ରଦୂଷଣ ରୋକିବାକୁ ପଡୋଷୀ ରାଜ୍ୟଠାରୁ ସାହାଯ୍ୟ ମାଗିଛନ୍ତି ଦିଲ୍ଲୀ ସରକାର ।
ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ରୋକିବା ପାଇଁ ସରକାର 'ରେଡ ଲାଇଟ ଅନ ଗାଡି ଅଫ' ଯୁଦ୍ଧ ପ୍ରଦୂଷଣ ବିରୋଧରେ ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଟ୍ରାଫିକ ରେଡ ଆଲୁଅ ଜଳିଲେ ଗାଡି ଅଟକିବ ଯାହା 15ରୁ 30ପ୍ରତିଶତ ପ୍ରଦୂଷଣ ରୋକିବ ।
ଆମ ସରକାର ବାହ୍ୟ ପ୍ରଦୂଷଣ ରୋକିବା ପାଇଁ ପଡୋଶୀ ରାଜ୍ୟର ସହାୟତା ଲୋଡିଥିବା କହିଛନ୍ତି ପରିବେଶ ମନ୍ତ୍ରୀ ଗୋପାଲ ରାଏ । ସେ ଆହୁରି କହିଛନ୍ତି ବାୟୂ ପ୍ରଦୂଷଣକୁ ରୋକିବା ପାଇଁ ସୋମବାରଠାରୁ ଅନେକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଦିଲ୍ଲୀରେ ଆକ୍ଟୋବର 26ରୁ ପ୍ରାୟ 70ଟି ନିର୍ବାଚନ କ୍ଷେତ୍ରରେ ନାଗରିକମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପରିବେଶ ମନ୍ତ୍ରୀ । ସେ ଦିଲ୍ଲୀ ପ୍ରଦୂଷଣ ରୋକିବା ପାଇଁ ସମସ୍ତଙ୍କୁ ମିଳିତ ଭାବରେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ।
@ANI