ନୂଆଦିଲ୍ଲୀ: ରାଜଧାନୀରେ ଜଟିଳ ହେଉଛି ଜଳବାୟୁ । ମଙ୍ଗଳବାର ଠାରୁ ବୁଧବାର ଆହୁରି ପ୍ରଦୂଷିତ ହୋଇଛି ବାୟୁମଣ୍ଡଳ । ମାତ୍ରାଧିକ ପ୍ରଦୂଷଣ କାରଣରୁ ଦିନକୁ ଦିନ ଜଳବାୟୁର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) 10ଟି ପ୍ରମୁଖ ସହରରେ ବାୟୁର ଗୁଣବତ୍ତା ପରୀକ୍ଷା କରିବା ସହ ରିପୋର୍ଟ ପ୍ରକାଶ କରିଛନ୍ତି ।
ଅଶୋକ ବିହାର ଓ ଆନନ୍ଦ ବିହାରରେ ବାୟୁର ପ୍ରଦୂଷଣ ମାତ୍ରା 309 ଥିବାନେଇ ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏହି ମାନ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଥିବା ନେଇ ପ୍ରକାଶ ପାଇଛି ରିପୋର୍ଟ । ସେହିପରି ସକାଳ 7ଟା ସୁଦ୍ଧା ଅଲିପୁରର ପ୍ରଦୂଷଣ ମାତ୍ରା 300 ଥିବା ମଧ୍ୟ ଜଣାପଡ଼ିଛି ।
ଲାଦୁ ରୋଡ ଅଞ୍ଚଳରେ ପ୍ରଦୂଷଣ ମାତ୍ରା 2.5 ରହିଥିବା ବେଳେ ଏହା ମଧ୍ୟମ ଶ୍ରେଣୀରେ ରହିଛି । ଅନ୍ୟପଟେ ଆଇଟିଓରେ 227, ଓଖୋଲାଚରଣ 290 ଏବଂ ପଞ୍ଜାବୀ ବାଗରେ 286 ବାୟୁର ସୁଚକାଙ୍କ ରହିଥିବା ପ୍ରକାଶ କରିଛି ସିପିସିବି । ଏହି ସହୁ ସ୍ଥାନର ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଦୟନୀୟ ରହିଥିବା ଜଣାପଡ଼ିଛି ।