ETV Bharat / bharat

ଦୀପାବଳି ପରେ ଆହୁରି ବିଗିଡିଲା ଦିଲ୍ଲୀ ପ୍ରଦୂଷଣ - ଜାତୀୟ ରାଜଧାନୀରେ ଗୁରୁତର ବାୟୁ ଗୁଣବତ୍ତା

ଶନିବାର ବାଣ ଫୁଟାଇବାରୁ ଗୁରୁତର ହୋଇଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଅଧିକ ପଢନ୍ତୁ...

Air quality dips to 'severe' in Delhi post Diwali
ଦିପାବଳୀ ପରେ ଆହୁରି ବିଗିଡିଲା ଦିଲ୍ଲୀ ପ୍ରଦୂଷଣ
author img

By

Published : Nov 15, 2020, 8:33 AM IST

ନୂଆଦିଲ୍ଲୀ: ଆହୁରି ବିଗିଡିଲା ଦିଲ୍ଲୀ ବାୟୁ ପ୍ରଦୂଷଣ । ଶନିବାର ଦିନ ବାଣ ଫୁଟାଇବା ଓ ନଡା ଜାଳିବା ହେତୁ ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ଗୁରୁତର ହୋଇପଡିଛି ।

ସୂଚନାନୁସାରେ, ଶନିବାରେ ବିଳମ୍ବିତ ରାତିରେ ଦୀପାବଳି ଉତ୍ସବ ସମାପ୍ତ ହେବା ପରେ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । କୋରୋନା ମହାମାରୀ ପାଇଁ ବାଣ ଫୁଟାଇବା ଉପରେ ରୋକ ଲାଗିବା ପରେ ବି ନିୟମକୁ ଉଲ୍ଲଂଘନ କରି ବାଣ ଫୁଟାଇଥିଲେ ଦିଲ୍ଲୀବାସୀ । ଯାହା ଦିଲ୍ଲୀ ବାୟୁକୁ ଆହୁରି ପ୍ରଦୂଷିତ କରିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ପ୍ରଦୂଷଣ ପାଇଁ ବାୟୁ ଗୁଣବତ୍ତା ସୂଚକାଙ୍କ ଆନନ୍ଦ ବିହାରରେ 481,ଆଇଜି ବିମାନବନ୍ଦର ଅଞ୍ଚଳରେ 444, ଆଇଟିଓରେ 457 ଏବଂ ଲୋଧି ରୋଡ ଅଞ୍ଚଳରେ 414 ରହିଛି ।

ଦିଲ୍ଲୀ ସରକାର ଓ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବାଣ ଫୁଟା ଉପରେ କଟକଣା ଲଗାଇବା ପରେ ବି ମାନି ନଥିଲେ ଅମାନିଆ । ଅତ୍ୟଧିକ ମାତ୍ରାରେ ବାଣ ଫୁଟାଇବାରୁ ଦିଲ୍ଲୀର ପ୍ରଦୂଷଣ ଗୁରୁତର ହୋଇଛି । ଦିଲ୍ଲୀର ଏହି ପ୍ରଦୂଷିତ ବାୟୁ କୋରୋନା ଆକ୍ରାନ୍ତଙ୍କ ପାଇଁ ହାନୀକାରକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଏପଟେ ପ୍ରଦୂଷଣ ଓ କୋରୋନା ମହାମାରୀର ବିପଦକୁ ରୋକିବା ପାଇଁ ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟଗୁଡିକରେ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଲଗାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.