ETV Bharat / bharat

ସ୍କୁଲ ପାଶ୍ବବର୍ତ୍ତୀ ଅଞ୍ଚଳ ପ୍ରଦୂଷଣର ମୁଖ୍ୟ କାରଣ

ଘରୋଇ ସ୍କୁଲମାନଙ୍କ ପାଖରେ ଏହି ପ୍ରଦୂଷଣର ମାତ୍ରା ଅଧିକ । ବିଦ୍ୟାଳୟକୁ ଆସୁଥିବା ଗାଡିମୋଟର ଯୋଗୁଁ ଏହି ପରିସ୍ଥିତି ଅଧିକ ଦେଖାଦେଇଛି । ଅଧିକ ପଢନ୍ତୁ...

ସ୍କୁଲ ପାଶ୍ବବର୍ତ୍ତୀ ଅଞ୍ଚଳ ପ୍ରଦୂଷଣର ମୁଖ୍ୟ କାରଣ
ସ୍କୁଲ ପାଶ୍ବବର୍ତ୍ତୀ ଅଞ୍ଚଳ ପ୍ରଦୂଷଣର ମୁଖ୍ୟ କାରଣ
author img

By

Published : May 1, 2020, 6:41 AM IST

ୱାଶିଂଟନ: ସ୍କୁଲ ପାଶ୍ବବର୍ତ୍ତୀ ଅଞ୍ଚଳ ପ୍ରଦୂଷଣର ମୁଖ୍ୟ କାରଣ । ଏନେଇ ଆମେରିକାର ସରେ ୟୁନିଭର୍ସିଟି ପକ୍ଷରୁ ଏକ ରିସର୍ଚ୍ଚ ହୋଇଥିଲା । ଏହାର ଫଳାଫଳ ଜର୍ଣ୍ଣାଲ ଅଫ ସାଇନ୍ସରେ ପ୍ରକାଶ ପାଇଛି ।

ବିଶେଷ କରି ବିଦ୍ୟାଳୟକୁ ଆସୁଥିବା ଗାଡିମୋଟର ଯୋଗୁଁ ଏହି ପରିସ୍ଥିତି ଅଧିକ ଦେଖାଦେଇଛି । ଘରୋଇ ସ୍କୁଲମାନଙ୍କ ପାଖରେ ଏହି ପ୍ରଦୂଷଣର ମାତ୍ରା ଅଧିକ ରହିଛି । ପିଲାଙ୍କୁ ଛାଡିବାକୁ ଆସୁଥିବା ଦୁଇ ଚକିଆ ଓ ଚାରି ଚକିଆ ଯାନରୁ ବିପଦପୂର୍ଣ୍ଣ ପିଏମ 2.5 ବାହାରିଥାଏ । ଯାହା ଆମ ବାୟୁମଣ୍ଡଳକୁ ଅଧିକ ପ୍ରଦୂଷଣ କରିଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପ୍ରଦୂଷଣ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ । ଏଥିରୁ ସେମାନଙ୍କୁ ବଞ୍ଚାଇବା ପାଇଁ ସ୍କୁଲ ପାଖରେ ଏହି ଚାରିଚକିଆ ଆସିବାକୁ ବ୍ୟାନ କରିବା ଉଚିତ ।

ଏନେଇ ଏକ ସ୍କୁଲରେ ଗବେଷକ ଟିମ ପରୀକ୍ଷା କରିଥିଲେ । ପିକ ଅପ ଓ ଡ୍ରପ ଅପ ଟାଇମରେ ବାୟୁରେ ପ୍ରଦୂଷଣର ମାତ୍ରା ଅଧିକ ଥିବାର ଲକ୍ଷ୍ୟ କରାଯାଇଥିଲା । ବାକି ସମୟରେ ଏହା ସାଧାରଣ ଥିଲା । ଏପରିକି ଏହି ସମୟମାନଙ୍କରେ ପିଏମ 2.5ର ପରିମାଣ 3 ଗୁଣ ଅଧିକ ରହିଥାଏ ବୋଲି ରିସର୍ଚ୍ଚରମାନେ କହିଥିଲେ । ଏଥିପାଇଁ ପିଲାଙ୍କୁ ଛାଡିବାକୁ ଆସୁଥିବା ସମସ୍ତ ଗାଡିକୁ ସ୍କୁଲଠାରୁ କିଛି ଦୂରରେ ରଖିବାର ବ୍ୟବସ୍ଥା କରିବାକୁ ରିସର୍ଚ୍ଚରମାନେ ପରାମର୍ଶ ଦେଇଥିଲେ । ଏହାସହ ଏକ ସ୍କୁଲ ଚାରିପାଖେ ଏକ ଗ୍ରୀନ ବଳୟ ସୃଷ୍ଟି କରିବାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରୟାସ କରିବା ଉଚିତ ବୋଲି ସେମାନେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.