ETV Bharat / bharat

ବନ୍ଦେ ଭାରତ ମିଶନ: ଭାରତ-ଆମେରିକା ମଧ୍ୟରେ 11 ଜୁଲାଇରୁ 36ଟି ବିମାନ ଉଡ଼ାଣ ଭରିବ

author img

By

Published : Jul 6, 2020, 11:46 AM IST

ଆମେରିକାରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ 11 ରୁ 19 ଜୁଲାଇ ମଧ୍ୟରେ 36ଟି ବିମାନ ଚଳାଚଳ କରିବ । ଏଥିପାଇଁ ବୁକିଂ ଜୁଲାଇ 6ରୁ ରାତି 8ଟାରୁ ଏୟାର ଇଣ୍ଡିଆ ୱେବସାଇଟରେ କରାଯିବ । ଅଧିକ ପଢନ୍ତୁ...

ବନ୍ଦେ ଭାରତ ମିଶନ: ଭାରତ-ଆମେରିକା ମଧ୍ୟରେ 11ଜୁଲାଇରୁ 36 ଟି ବିମାନ ଉଡ଼ାଣ ଭରିବ

ନୂଆଦିଲ୍ଲୀ: ଲକଡାଉନ କାରଣରୁ ବାହାରେ ଫସିରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଏବେ ବନ୍ଦେ ଭାରତ ମିଶନ ତାର ଚତୁର୍ଥ ପର୍ଯ୍ୟାୟ ଉଡ଼ାଣ ଆରମ୍ଭ କରିଛି । ତେବେ ଆମେରିକାରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ 11 ରୁ 19 ଜୁଲାଇ ମଧ୍ୟରେ 36 ଟି ବିମାନ ଚଳାଚଳ କରିବ। ଏଥିପାଇଁ ବୁକିଂ ଜୁଲାଇ 6 ରୁ ରାତି 8 ଟାରୁ ଏୟାର ଇଣ୍ଡିଆ ୱେବସାଇଟରେ କରାଯିବ । ଆମେରିକାର ନ୍ୟୁୟର୍କ, ଚିକାଗୋ ଏବଂ ସେନ ଫ୍ରାନ୍ସିସ୍କୋ ଭଳି ସହର ପାଇଁ ଟିକେଟ୍ ବୁକିଂ କରିବାର ସମୟ ଏୟାର ଇଣ୍ଡିଆ ଟ୍ୱିଟ୍ କରି ଜଣାଇଛି ।

କୋରୋନା ମହାମାରୀ ସମୟରେ ଭାରତୀୟଙ୍କୁ ବିଦେଶରୁ ଆଣିବା ପାଇଁ ବନ୍ଦେ ଭାରତ ମିଶନର ଚତୁର୍ଥ ପର୍ଯ୍ୟାୟ ଜୁଲାଇ 3 ରୁ ଆରମ୍ଭ ହୋଇଛି । ଏଥିପାଇଁ ଏୟାର ଇଣ୍ଡିଆ ଏବଂ ଘରୋଇ କମ୍ପାନୀଗୁଡ଼ିକୁ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି । ଜୁନ୍ ମାସରେ ଆମେରିକାର ପରିବହନ ବିଭାଗ ଭାରତକୁ ଭେଦଭାବପୂର୍ଣ୍ଣ ଏବଂ ଅଯୌକ୍ତିକ ବ୍ୟବହାର କରୁଥିବା ଅଭିଯୋଗ କରିଥିଲା। ଏହା ପରେ ଆମେରିକା ପରିବହନ ବିଭାଗ ଭାରତକୁ ଚାର୍ଟର୍ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି କହିଥିଲେ ।

ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ, ବନ୍ଦେ ଭାରତ ମିଶନ ଅଧୀନରେ ଏୟାର ଇଣ୍ଡିଆ ମାଧ୍ୟମରେ ଯାତ୍ରୀ ନେବାକୁ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ଅନେକ ଦେଶ ଅନୁରୋଧ କରିଛନ୍ତି। ତେବେ ଏହି ଅନୁରୋଧ ଉପରେ ବିଚାର କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.