ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟଙ୍କୁ ଚୋରି କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ସେ ସିଡନୀ ବିମାନବନ୍ଦରସ୍ଥିତ ଏକ ଦୋକାନରୁ ଜିନିଷ ଚୋରି କରିଥିବା ଅଭିଯୋଗ ହେବା ପରେ ଏୟାର ଇଣ୍ଡିଆ ଏଭଳି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏୟାର ଇଣ୍ଡିଆର ମୁଖପାତ୍ର ଧନଞ୍ଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଶନିବାର ଦିଲ୍ଲୀ ଅଭିମୁଖେ ବାହାରୁଥିବା ବେଳେ ପୂର୍ବ କ୍ଷେତ୍ରରେ ନିୟୋଜିତ ଥିବା କ୍ୟାପଟେନ ରୋହିତ ଭସୀନଙ୍କୁ ଫୋନ ଆସିଥିଲା । ତାଙ୍କର ନାତି ଜନ୍ମ ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହା ପରେ ସେ ବିମାନବନ୍ଦରର ଏକ ଦୋକାନରୁ ଉପହାର ଆଣିଥିଲେ । କିନ୍ତୁ ତା'ର ଟଙ୍କା ଦେଇନଥିଲେ ।
ତେବେ ଅଷ୍ଟ୍ରେଲିଆର ଆଞ୍ଚଳିକ ମ୍ୟାନେଜର ଏନେଇ ଅଭିଯୋଗ କରିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଧନଞ୍ଜୟ କହିଛନ୍ତି । ସେପଟେ ନିଲମ୍ବିତ ପାଇଲଟ ରୋହିତ ଏୟାର ଇଣ୍ଡିଆ ସାମ୍ନାରେ ନିଜ ପକ୍ଷ ରଖିଛନ୍ତି । ଜେଜେ ହେବାର ଖୁସିରେ ସେ ଉପହାର କିଣିଥିଲେ । କିନ୍ତୁ ବିମାନ ଉଡାଇବା ପାଇଁ ବିଳମ୍ବ ହେଉଥିବାରୁ ସେ ବିନା ଟଙ୍କା ଦେଇ ଚାଲିଆସିଥିବା କହିଛନ୍ତି ।