ETV Bharat / bharat

ବିଦେଶରୁ ଭାରତୀୟଙ୍କୁ ଆଣିବାକୁ ଆଜିଠୁ ଆରମ୍ଭ 'ବନ୍ଦେ ଭାରତ ମିଶନ' - bande bharat mission

ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ କେବଳ ସେହି ଯାତ୍ରୀମାନେ ଟିକେଟ ବୁକ କରିପାରିବେ ଯେଉଁମାନେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ହେବା ପୂର୍ବରୁ ଭାରତ ଆସିଥିଲେ ଏବଂ ପରେ ଏଠାରେ ଅଟକି ରହିଥିଲେ। ଅଧିକ ପଢନ୍ତୁ...

ଭାରତରୁ ବିଦେଶ ଯାତ୍ରୀଙ୍କ ସ୍ୱତନ୍ତ୍ର ଉଡାଣ ପାଇଁ ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ

author img

By

Published : May 7, 2020, 11:58 AM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ ମଧ୍ୟରେ ସରକାରୀ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆ ଭାରତରୁ ବିଦେଶକୁ କିଛି ବେଶେଷ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଉଡାଣ ପାଇଁ ବୁକିଂ କରିବା ଆରମ୍ଭ କରିଛି । ତେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବାକୁ ଯିବା ସ୍ୱତନ୍ତ୍ର ବିମାନରେ ଭାରତରୁ ଯିବା ସମୟରେ ଯାତ୍ରୀ ମାନେ ଟିକେଟ ବୁକ୍ କରିପାରିବେ। ଏୟାର ଇଣ୍ଡିଆ ବର୍ତ୍ତମାନ ଭାରତରୁ ଆମେରିକା, ବ୍ରିଟେନ ଏବଂ ସିଙ୍ଗାପୁରକୁ ସ୍ୱତନ୍ତ୍ର ବିମାନ ପାଇଁ ଟିକେଟ ବୁକିଂ ଆରମ୍ଭ କରିଛି ।

ସୂଚନାମୁତାବକ, ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ କେବଳ ସେହି ଯାତ୍ରୀମାନେ ଟିକେଟ ବୁକ କରିପାରିବେ ଯେଉଁମାନେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ହେବା ପୂର୍ବରୁ ଭାରତ ଆସିଥିଲେ ଏବଂ ପରେ ଏଠାରେ ଅଟକି ରହିଥିଲେ। ସୂଚନାଯୋଗ୍ୟ ଯେ ବିଦେଶରେ ଫଶିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନ 7 ତାରିଖ ଆଜି(ଗୁରୁବାର) ଆଜି ଠାରୁ ଆରମ୍ଭ ହୋଇଛି। ଏଠାରୁ ବିମାନକୁ ଖାଲି ନେବା ପରିବର୍ତ୍ତେ ସମ୍ପୃକ୍ତ ଦେଶକୁ ଯାଉଥିବା ଯାତ୍ରୀଙ୍କୁ ଏହା ବଦଳରେ ନିଆଯାଇପାରିବ। ସୂଚନାନୁସାରେ, ଏୟାର ଇଣ୍ଡିଆ ବୁଧବାର ଠାରୁ ଏଥିପାଇଁ ବୁକିଂ ଆରମ୍ଭ କରିଛି।

ଏୟାର ଇଣ୍ଡିଆକୁ ବିମାନ 8 ରୁ 14 ମେ ପର୍ଯ୍ୟନ୍ତ ଲଣ୍ଡନ, ସିଙ୍ଗାପୁର ଏବଂ ଆମେରିକା ଯିବାକୁ ଇଚ୍ଛା କରୁଥିବା ଯାତ୍ରୀମାନଙ୍କ ପାଇଁ ବୁକିଂ ଖୋଲିଛି। ଗୁରୁବାର ଦିନ କୋଚିରୁ ଆବୁଧାବି, ଦିଲ୍ଲୀ ରୁ ସିଙ୍ଗାପୁର ଏବଂ କାଲିକଟ ରୁ ଦୁବାଇକୁ ବିମାନ ଉପଲବ୍ଧ ହେବ। ମେ 8ରେ, ଦିଲ୍ଲୀ ରୁ ସାନଫ୍ରାନ୍ସିସ୍କୋ ଏବଂ ମୁମ୍ବାଇ ରୁ ଲଣ୍ଡନ, ମେ 9ରୁ ମୁମ୍ବାଇ ରୁ ନ୍ୟୁୟର୍କ, ମେ 10ରୁ ଦିଲ୍ଲୀ ରୁ ଚିକାଗୋ ଏବଂ ଦିଲ୍ଲୀ ରୁ ଲଣ୍ଡନ, 11 ମେରୁ ଦିଲ୍ଲୀ ରୁ ୱାଶିଂଟନ୍ ଏବଂ ଦିଲ୍ଲୀ ରୁ ଲଣ୍ଡନ, ଏବଂ ମେ 12ରେ, ମୁମ୍ବାଇ ରୁ ଲଣ୍ଡନ ଏବଂ ଦିଲ୍ଲୀ ରୁ ସାନଫ୍ରାନ୍ସିସ୍କୋ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଟିକେଟ ବୁକ୍ କରିପାରିବେ ।

ବିଦେଶ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ମଧ୍ୟ କିଛି ନିୟମ ସ୍ଥିର କରିଛି । ଯାହା ପରେ ଯାତ୍ରୀମାନଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯିବ। ବିମାନରେ ଯାତ୍ରା କରୁଥିବା ଗନ୍ତବ୍ୟ ସ୍ଥଳର ନାଗରିକ ହୋଇଥିବେ । ଭାରତୀୟ ଏବଂ ବିଦେଶୀ ନାଗରିକ ଯେଉଁମାନେ ଗନ୍ତବ୍ୟ ସ୍ଥଳର ଅତି କମରେ ଏକ ବର୍ଷର ଅବଧିର ଏକ ବୈଧ ଭିସା ରଖିଥିବେ । ଗ୍ରୀନ୍ କାର୍ଡ କିମ୍ବା OCI କାର୍ଡ ଧାରକ । ଯାତ୍ରୀ ଯାତ୍ରାର ସମସ୍ତ ଖର୍ଚ୍ଚ ବହନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.