ETV Bharat / bharat

ଏୟାର ଇଣ୍ଡିଆ କର୍ମଚାରୀ କୋରୋନା ପଜିଟିଭ, ସିଲ ହେଲା ମୁଖ୍ୟାଳୟ - Air India HQ shut

ଏୟାର ଇଣ୍ଡିଆର ଜଣେ କର୍ମଚାରୀ କୋଭିଡ-19 ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟାଳୟକୁ ଦୁଇ ଦିନ ପାଇଁ ସିଲ କରାଯାଇଛି । ସୁରକ୍ଷା ପ୍ରୋଟୋକଲକୁ ଦୃଷ୍ଟିରେ ରଖି ବିଲ୍ଡିଂ ସାନିଟାଇଜେନସନ ପାଇଁ କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି ।

Air India HQ shut as employee tests corona positive
ଏୟାର ଇଣ୍ଡିଆ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ସିଲ ହେଲା ମୁଖ୍ୟାଳୟ
author img

By

Published : May 12, 2020, 6:17 PM IST

ନୂଆଦିଲ୍ଲୀ: ସିଲ ହେଲା ଦିଲ୍ଲୀ ସ୍ଥିତ ଏୟାର ଇଣ୍ଡିଆର ମୁଖ୍ୟାଳୟ । ଏଠାର ଜଣେ କର୍ମଚାରୀ କୋଭିଡ-19 ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି ।ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି ଯେ, ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଥିବା ଜଣେ କର୍ମଚାରୀ କୋଭିଡ 19 ପଜିଟିଭ ବାହାରିଥିଲେ । ଏୟାର ଇଣ୍ଡିଆ ସର୍ବଦା ନିଜ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ପ୍ରାଥମିକତା ଦେଇଥାଏ । ତେଣୁ ସୁରକ୍ଷା ପ୍ରୋଟୋକଲ ପାଳନ କରି ବିଲ୍ଡିଂ ସାନିଟାଇଜେସନ ପାଇଁ 2 ଦିନ ଅର୍ଥାତ୍ ମଙ୍ଗଳବାର ଓ ବୁଧବାର ଏହାକୁ ବନ୍ଦ କରାଯାଇଛି । ତେବେ ସମ୍ପୃକ୍ତ କର୍ମଚାରୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

ପ୍ରକାଶ ଥାଉ କି, ଶନିବାର ଦିନ ଏୟାରଲାଇନ୍ସର 77 ପାଇଲଟଙ୍କୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରାଯାଇଥିବା ବେଳେ ପାଇଲଟମାନେ କୋରୋନା ପଜିଟିଭ ପରୀକ୍ଷା କରିଥିଲେ । ଏହି ସମୟରେ 5 ଜଣ ପାଇଲଟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ହେଲେ ବିମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଅଧୀନରେ ପଜିଟିଭ ମାମଲାର ପୁନଃପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା ।

ଏହି ପାଇଲଟମାନଙ୍କ ଠାରେ କୋରୋନା ସମ୍ପର୍କିତ କୌଣସି ଲକ୍ଷଣ ନଥିବା ବେଳେ ଏମାନେ ସମସ୍ତ ମୁମ୍ବାଇ ସ୍ଥିତ ଘରେ ହୋମ କ୍ବାରେନଣ୍ଟିନରେ ରହିବେ । ବର୍ତ୍ତମାନ କୋରୋନା ଲକଡାଉନ ପାଇଁ ବିଭିନ୍ନ ଦେଶରେ ଫସି ରହିଥିବା ଲୋକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି । ଏହି ପାଇଲଟମାନେ ବୋଇଂ787 ବିମାନ ଚଳାଉଥିଲେ । ଏହି ମିଶନରେ ସାମିଲ ହେବା ପାଇଁ କୋରୋନା ପରୀକ୍ଷଣ କରାଇଥିଲେ ।

ମହାମାରୀ କୋରୋନା ପାଇଁ ବିମାନ ଗୁଡିକ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ପରିବହନରେ ନିୟୋଜିତ ଅଛନ୍ତି । ମେ 7 ରୁ ଏୟାର ଇଣ୍ଡିଆ ଦୁନିଆର ସବୁଠୁ ବଡ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଯେଉଁଥିରେ 64 ଟି ବିମାନ 7 ଦିନରେ 12 ଟି ଦେଶରୁ ପ୍ରାୟ 14,000ରୁ ଅଧିକ ଲୋକଙ୍କୁ ସ୍ବଦେଶ ଫେରାଇ ଆଣିବ । ତେବେ ଏହି ମିଶନ ଅଧୀନରେ ଅନେକ ଭାରତୀୟ ଅନେକ ସହରରେ ପହଞ୍ଚି ସାରିଛନ୍ତି ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.