ETV Bharat / bharat

ଏୟାର ଇଣ୍ଡିଆ ବିମାନକୁ ହାଇଜାକ ଧମକ, ହାଇଆଲର୍ଟ ଜାରି - plane hijacking

ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ ବିମାନ ନିୟନ୍ତ୍ରଣ କେନ୍ଦ୍ରକୁ ଆସିଛି ଧମକପୂର୍ଣ୍ଣ ଫୋନ କଲ ।ଏୟାର ଇଣ୍ଡିଆ ବିମାନକୁ ହାଇଜାକ କରାଯିବାର ଧମକ । ଜାରି କରାଯାଇଛି ହାଇଆଲର୍ଟ ।

ପ୍ରତୀକାତ୍ମକ ଫଟୋ
author img

By

Published : Feb 24, 2019, 2:55 PM IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନକୁ ଧମକପୂର୍ଣ୍ଣ କଲ ଆସିଥିବା ଜଣାପଡିଛି । ମୁମ୍ବାଇରେ ଥିବା ଏୟାର ଇଣ୍ଡିଆ ବିମାନ ନିୟନ୍ତ୍ରଣ କେନ୍ଦ୍ରକୁ ଆସିଛି ଏହି ଧମକପୂର୍ଣ୍ଣ ଫୋନ କଲ । ସମସ୍ତ ଏୟାର ପୋର୍ଟରେ ଏ ନେଇ ହାଇଆଲର୍ଟ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଉଡାଣ ସୁରକ୍ଷା ବ୍ୟୁରୋ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।

ଫେବୃଆରୀ 23 ରେ ସୁରକ୍ଷା ବ୍ୟୁରୋ ପକ୍ଷରୁ କୁହାଯାଇଛି ଯେ ଷ୍ଟେସନ ଡ୍ୟୁଟି କାର୍ଯ୍ୟାଳୟ, ଏୟାର ଇଣ୍ଡିଆ, ଏଓସିସି ଏବଂ ସିଆଇଏସଏଫ (ଏୟାରପୋର୍ଟ ଅପରେସନ କଣ୍ଟ୍ରୋଲ ଷ୍ଟେସନ) ମୁମ୍ବାଇରୁ ଫୋନ କଲ ଜରିଆରେ ଏକ ମେସେଜ ମିଳିଥିଲା । ଏଥିରେ ଏୟାର ଇଣ୍ଡିଆ ବିମାନକୁ ହାଇଜାକ କରିବାର ଧମକପୂର୍ଣ୍ଣ କଲ ଆସିଥିଲା ।

ତେବେ ଏହି ଧମକ ମିଳିବା ପରେ ସମସ୍ତ ଏୟାରପୋର୍ଟରେ କଡା ସୁରକ୍ଷା ଜାରି କରାଯାଇଛି । ଟର୍ମିନାଲ ବିଲଡିଂ, ଏୟାରସାଇଡ, ସମସ୍ତ ପରିଚାଳନ କ୍ଷେତ୍ର ଏବଂ ଅନ୍ୟାନ୍ୟ ବିମାନ ସୁବିଧାକୁ କଡାକଡି କରି ଦିଆଯାଇଛି । ସେପଟେ କାର ବୋମା ଆକ୍ରମଣ ହେବା ଆଶଙ୍କା କରାଯାଉଛି । ତେଣୁ ପାର୍କିଂକୁ ପ୍ରବେଶ କରୁଥିବା ସମସ୍ତ କାରର ଯାଞ୍ଚ କରାଯାଉଛି । ଏହାସହ ସମସ୍ତ ଯାତ୍ରୀ ଓ ତାଙ୍କ ଲଗେଜକୁ ଯାଞ୍ଚ କରାଯାଉଛି ।

Intro:Body:

ସ୍ବାମୀଙ୍କ ହାତ ଭାଙ୍ଗିଲେ ସ୍ତ୍ରୀ

ପୁଣେ: ସାଧାରଣତଃ ଆମେ ମହିଳାଙ୍କ ଉପରେ ନିର୍ଯାତନା ହେଉଥିବା ଘଟଣା ଶୁଣିଥାଉ । କିନ୍ତୁ ପୁଣେ ସହରରେ ଏହାର ଠିକ ଓଲଟା ଘଟଣା ଦେଖିବାକୁ ମିଳିଛି । ସ୍ବାମୀଙ୍କ ଉପରକୁ ପ୍ରେସରକୁକରରେ ଆକ୍ରମଣ କରିଛି ସ୍ତ୍ରୀ । ଘଟଣାକୁ ନେଇ ବ୍ୟକ୍ତି ଜଣକ ଫ୍ୟାମିଲି କୋର୍ଟରେ ମାମଲା ରୁଜୁ କରିଛନ୍ତି ।

ସୂଚନାନୁସାରେ ଅଭିଯୋଗକାରୀ ବ୍ୟକ୍ତି ଜଣକ ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର । ସେ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରୁଛନ୍ତି । 1998 ଅଗଷ୍ଟରେ ସେ ନିଜର ଛୋଟ ବେଳର ଜଣାଶୁଣା ମହିଳାଙ୍କୁ ବିବାହ କରିଥିଲେ । ଉଭୟ ପୁଣେର କଟରାଜ ଅଞ୍ଚଳରେ ରହୁଥିଲେ । ତେବେ ବାହାଘରର କିଛି ସମୟ ପର୍ଯ୍ୟନ୍ତ ସେମାନଙ୍କ ଭିତରେ ସବୁ କିଛି ଠିକ୍ ଥିଲା । କିନ୍ତୁ କିଛି ମାସ ପରେ ତାଙ୍କ ସ୍ତ୍ରୀ ଛୋଟ ଛୋଟ କଥାରେ ତାଙ୍କ ସହ ଝଗଡା କରୁଥିଲେ । ଏପରିକି 2016ରେ ସେ ନିଜ ଶାଶୁ ଶ୍ବଶୁରଙ୍କ ବିରୋଧରେ ଆଇପିସି ଧାରା 498ରେ ମିଥ୍ୟା ମାମଲା ରୁଜୁ କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ ବ୍ୟକ୍ତି ଜଣକ ଫ୍ୟାମିଲି କୋର୍ଟରେ ହାଜର ହେବା ସମୟରେ କହିଥିଲେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.