ETV Bharat / bharat

କର୍ମଚାରୀଙ୍କ ବିରୋଧ ମଧ୍ୟରେ ଏୟାର ଇଣ୍ଡିଆର ନିଯୁକ୍ତି ବିଜ୍ଞପ୍ତି - air india employees protest lwp policy

ଏୟାର ଇଣ୍ଡିଆ କମ୍ପାନୀ ନିଜର କିଛି କର୍ମଚାରୀଙ୍କୁ ଛଅ ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟିରେ ପଠାଇବାକୁ ପ୍ରସ୍ତୁତି କରିଛି। ଆଉ ସେପଟେ ଅର୍ଥ ଏବଂ ଚିକିତ୍ସା ସେବା ବିଭାଗରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଦେଇଛି ।

ଏୟାର ଇଣ୍ଡିଆ
ଏୟାର ଇଣ୍ଡିଆ
author img

By

Published : Jul 29, 2020, 5:09 PM IST

ନୂଆଦିଲ୍ଲୀ: କର୍ମଚାରୀଙ୍କ କଟା ଘାରେ ଚୂନ ଦେଉଛି ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ । ଗୋଟିଏ ପଟେ କମ୍ପାନୀ କର୍ମଚାରୀଙ୍କୁ ବିନା ବେତନରେ ଛୁଟିରେ ପଠାଇବାକୁ କମିଟି ଗଠନ କରୁଛି । ଆଉ ଅନ୍ୟପଟେ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ଅର୍ଥ ଏବଂ ଚିକିତ୍ସା ସେବା ବିଭାଗରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ଦେଇଛି । ସାଧାରଣ ନୀତି ଅନୁଯାୟୀ ଯଦି କୌଣସି କମ୍ପାନୀ କର୍ମଚାରୀଙ୍କୁ ଚାକିରୀରୁ ବାହାର କରୁଛି ଏବଂ ସେମାନଙ୍କୁ ବିନା ବେତନରେ ଦୀର୍ଘ ଛୁଟିରେ ପଠାଉଛନ୍ତି ତାହେଲେ ସେ ନୂଆ ନିଯୁକ୍ତି ସୃଷ୍ଟି କରିପାରିବ ନାହିଁ । କିନ୍ତୁ ଏୟାର ଇଣ୍ଡିଆର ଏହି ବିଜ୍ଞପ୍ତି ଉକ୍ତ ନୀତିର ବିପରୀତ ରହିଛି ।

ବିଜ୍ଞାପନରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ନିର୍ଦ୍ଦିଷ୍ଟ ଅବଧି ଚୁକ୍ତିନାମା ଆଧାରରେ ଏହି ପଦବୀ ପାଇଁ ଭାରତୀୟ ନାଗରିକଙ୍କୁ ଆବେଦନ କରିବାକୁ ନିମନ୍ତ୍ରଣ କରିଛି। ଚିକିତ୍ସା ସେବା ବିଭାଗରେ ମୁଖ୍ୟ ଚିକିତ୍ସା ଅଧିକାରୀ, ବରିଷ୍ଠ ସହାୟକ ଏବଂ ଚିକିତ୍ସା ଆଦି ପଦ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ଅର୍ଥ ବିଭାଗରେ ନିଯୁକ୍ତି ପାଇଁ ଡେପୁଟି ଚିଫ୍ ଫାଇନାନ୍ସ, ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ଆଦି ଅନ୍ତର୍ଭୁକ୍ତ ରହିଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ବିଜ୍ଞାପନର 15 ଦିନ ମଧ୍ୟରେ ସେମାନଙ୍କର ଆବେଦନ ଦାଖଲ କରିବାକୁ କୁହାଯାଇଛି ।

ତେବେ ଏହି ନିଯୁକ୍ତି ଏହାୟ ଇଣ୍ଡିଆ କର୍ମଚାରୀଙ୍କ କ୍ଷୋଭକୁ ଆହୁରି ବଢାଇବ । କାରଣ ପାଇଲଟଙ୍କ ଠାରୁ ଆରମ୍ଭ କରି ସର୍ଭିସ ଇଞ୍ଜିନିୟର ପର୍ଯ୍ୟନ୍ତ ସମସ୍ତ କର୍ମଚାରୀମାନେ ଦରମା ହ୍ରାସ ଏବଂ ବିନା ବେତନରେ ଦୀର୍ଘ ଛୁଟିକୁ ବିରୋଧ କରୁଛନ୍ତି ।

କମ୍ପାନୀ ସମସ୍ତ କର୍ମଚାରୀଙ୍କ ଦରମା 50 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଏହା ବ୍ୟତୀତ କମ୍ପାନୀ ନିଜର କିଛି କର୍ମଚାରୀଙ୍କୁ ଛଅ ମାସରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଛୁଟିରେ ପଠାଇବାକୁ ପ୍ରସ୍ତୁତି କରିଛି। ଏଥିପାଇଁ ଏୟାର ଇଣ୍ଡିଆ ବୋର୍ଡର ମଞ୍ଜୁରୀ ମିଳି ଯାଇଛି। ବୋର୍ଡର ସଭାପତି ତଥା ପରିଚାଳକ ନିର୍ଦ୍ଦେଶକ ଏୟାର ଇଣ୍ଡିଆର କିଛି ସଦସ୍ୟଙ୍କୁ ବିନା ବେତନରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଛୁଟିରେ ପଠାଇବା ସୁପାରିସ୍‌କୁ ମଞ୍ଜୁରୀ ଦେଇଛନ୍ତି। ସେପଟେ କମ୍ପାନୀକୁ ଘରୋଇ କରଣ କରିବାକୁ ମଧ୍ୟ ଯୋଜନା କରାଯାଉଛି ।

କୋରୋନା ଯୋଗୁଁ ଆର୍ଥିକ ସ୍ଥିତିକୁ ଦର୍ଶାଇ ଏୟାର ଇଣ୍ଡିଆ ଏଭଳି କରୁଥିବା କହିଛି । ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ଏହି ପଦକ୍ଷେପ ଠିକ୍ ଏମିତି ସମୟରେ ଉଠାଇଛି, ଯେବେ କେନ୍ଦ୍ର ସରକାର ଏୟାରଲାଇନକୁ ବିକ୍ରି କରିବାକୁ ଉଦ୍ୟମ ଜାରି ରଖିଛି। ସଂପ୍ରତି ଏୟାରଲାଇନ୍‌ର ବିକ୍ରି ପ୍ରକ୍ରିୟା କରୋନା ସଂକ୍ରମଣର ପ୍ରକୋପ କାରଣରୁ ଅଧାରେ ଅଟକିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.