ETV Bharat / bharat

କୋଝିକୋଡ ବିମାନ ଦୁର୍ଘଟଣା: କୋପାଇଲଟଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ପରିବାରର ଦାବି

author img

By

Published : Aug 9, 2020, 6:29 PM IST

କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ ପାଇଲଟ ଅଖିଳେଶ କୁମାରଙ୍କ ମର ଶରୀର ଆଜି ସକାଳେ ମଥୁରାରେ ପହଞ୍ଚିସାରିଛି । ଏତିକିବେଳେ ମୃତ ପାଇଲଟଙ୍କ ବାପା ମିଡିଆରେ କହିଛନ୍ତି ଯେ ତାଙ୍କ ବୋହୂ ଅର୍ଥାତ ଅଧିଳେଶଙ୍କ ପତ୍ନୀଙ୍କୁ ଏକ ଚାକିରି ଦେବା ପାଇଁ ଦାବି କରିଛନ୍ତି ।

କୋଝିକୋଡ ବିମାନ ଦୁର୍ଘଟଣା: କୋ-ପାଇଲଟଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ପରିବାର ଲୋକଙ୍କ ଦାବି

ଲକ୍ଷ୍ନୌ: କୋଝିକୋଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ ପାଇଲଟ ଅଖିଳେଶ କୁମାରଙ୍କ ମର ଶରୀର ଆଜି ସକାଳେ ମଥୁରାରେ ପହଞ୍ଚିସାରିଛି । ଏତିକିବେଳେ ମୃତ ପାଇଲଟଙ୍କ ବାପା ତାଙ୍କ ବୋହୂ ଅର୍ଥାତ ଅଖିଳେଶଙ୍କ ପତ୍ନୀଙ୍କୁ ଚାକିରି ଦେବା ପାଇଁ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ମୁଁ ଚାହୁଁଛି ଯେ ତାଙ୍କ ପତ୍ନୀଙ୍କୁ ନିଯୁକ୍ତି ଦିଆଯାଉ, ଯାହାଫଳରେ ସେ ତାଙ୍କ ସନ୍ତାନର ଯତ୍ନ ନେଇପାରିବେ । ମୃତ ପାଇଲଟଙ୍କ ପତ୍ନୀ ଏବେ ଗର୍ଭବତୀ ଅଛନ୍ତି । ଆଗାମୀ ଦିନରେ ଯେପରି ତାଙ୍କ ସନ୍ତାନର ଉଚିତ ଦେଖାଶୁଣା ହେବ ସେ ନେଇ ପାଇଲଟଙ୍କ ବାପା ଦାବି ଜରିଥିବା ଜଣାଯାଉଛି ।

ପାଇଲଟଙ୍କ ମୃତଦେହକୁ କୋଚିରୁ ଦିଲ୍ଲୀ ବିମାନବନ୍ଦରକୁ ରବିବାର ବିଳମ୍ବିତ ରାତ୍ରିରେ ଅଣାଯାଇଥିଲା । ସେଠାରେ 100 ରୁ ଅଧିକ ପାଇଲଟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦୁଇ ମିନିଟ୍‌ ର ନିରବ ପ୍ରାର୍ଥନା କରି ତାଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ।

ଶୁକ୍ରବାର ସନ୍ଧ୍ୟାରେ କୋଝିକୋଡ ବିମାନ ବନ୍ଦରରେ ଅବତରଣ କରିବା ସମୟରେ 10 ଶିଶୁଙ୍କ ସମେତ 190 ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ଦୁଇ ପାଇଲଟଙ୍କ ସମେତ ଅତିକମରେ 19 ଜଣ ପ୍ରାଣ ହରାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.