ETV Bharat / bharat

ଦୋହାରୁ ଭାରତ ଯାତ୍ରା ଧାର୍ଯ୍ୟ ଇଣ୍ଡିଆ ଏକ୍ସପ୍ରେସ ବିମାନ ସ୍ଥଗିତ - ଦୋହାରୁ ଭାରତ ଯାତ୍ରା ଧାର୍ଯ୍ୟ ଇଣ୍ଡିଆ ଏକ୍ସପ୍ରେସ

ରବିବାର ଦୋହାରୁ 181 ଜଣ ଯାତ୍ରୀଙ୍କ ସହ ଭାରତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସ୍ତିରୀକୃତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବର୍ତ୍ତମାନ ସମୟରେ ସ୍ଥଗିତ ରଖାଯାଇଛି । କିଛି ଟେକ୍ନିକାଲ ସମସ୍ୟା ଉପୁଜିଥିବା କାରଣରୁ ବିମାନକୁ ଅବତରଣ କରିବାକୁ ଅନୁମତି ମିଳିନଥିଲା । ଅଧିକ ପଢନ୍ତୁ...

Air India Express
Air India Express
author img

By

Published : May 10, 2020, 7:43 PM IST

ଥିରୁଅନନ୍ତପୁରମ: କୋରୋନା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଅଭିଯାନ ଜାରି ରହିଛି । ଏହି କ୍ରମରେ ରବିବାର ଦୋହାରୁ 181 ଜଣ ଯାତ୍ରୀଙ୍କ ସହ ଭାରତ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସ୍ତିରୀକୃତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବର୍ତ୍ତମାନ ସମୟରେ ସ୍ଥଗିତ ରଖାଯାଇଛି ।

ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିମାନଟି କେରଳର କୋଝିକୋଡେରୁ ସକାଳ ପ୍ରାୟ 1ଟାରେ ଯାତ୍ରା କରିବା ଧାର୍ଯ୍ୟ ରହିଥିଲା । ଏହାସହ ରାତି ପ୍ରାୟ 10.45 ରେ ଏଠାରେ ଅବତରଣ କରିବା ପୂର୍ବନିର୍ଦ୍ଧାରିତ ରହିଥିଲା ।

କିଛି ଟେକ୍ନିକାଲ ସମସ୍ୟା ଉପୁଜିଥିବା କାରଣରୁ ବିମାନକୁ ଅବତରଣ କରିବାକୁ ଅନୁମତି ମିଳିନଥିଲା । ବର୍ତ୍ତମାନ ଏହି ବିମାନକୁ ସ୍ଥଗିତ ରଖାଯାଇଛି । ଏହାକୁ ପୁନଶ୍ଚ ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଉଡାଣ ପାଇଁ ଅନୁମତି ମିଳିବ ।

ଖବର ଅନୁଯାୟୀ, ଦୋହାରୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାୟ 50 ଜଣ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.