ETV Bharat / bharat

ଏୟାର ଇଣ୍ଡିଆ ପାଇଲଟ କୋରୋନା ପଜିଟିଭ, ମଝି ଆକାଶରୁ ଫେରିଲା ଦିଲ୍ଲୀ - Air India Delhi-Moscow Flight Returns As Pilot Has COVID, Probe Ordered

ଦିଲ୍ଲୀରୁ ମସ୍କୋ ଅଭିମୁଖେ କରୁଥିଲେ ଯାତ୍ରା କରୁଥିବା ପାଇଲକଙ୍କୁ କୋରୋନା । ମଝି ଆକାଶରୁ ପୁଣି ଦିଲ୍ଲୀ ଫେରିଲା ବିମାନ । ଅଧିକ ପଢନ୍ତୁ...

Air India Delhi-Moscow Flight Returns As Pilot Has COVID
ଏୟାର ଇଣ୍ଡିଆ ପାଇଲଟ କୋରୋନା ପଜିଟିଭ
author img

By

Published : May 30, 2020, 6:56 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଏକ ଖାଲି ଏୟାର ଇଣ୍ଡିଆ ବିମାନ ଅଧାରୁ ପୁଣି ଫେରିଛି । ହଠାତ ପାଇଲଟ କୋରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହେବାପରେ ବିମାନଟିକୁ ଫେରାଇ ଅଣାଯାଇଥିଲା । ବିମାନଟି ମସ୍କୋରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ଆଣିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲା । ବର୍ତ୍ତମାନ ପ୍ରବାସୀଙ୍କୁ ଆଣିବାକୁ ଅନ୍ୟ ଏକ ବିମାନ ପଠାଯାଇଥିବା ଅଧିକାରୀ କହିଛନ୍ତି ।

ପାଇଲଟଙ୍କୁ ଚିକିତ୍ସା ପାଇଁ ପଠାଯିବା ସହ କ୍ରୁ ମେମ୍ବରଙ୍କୁ କ୍ବାରେଣ୍ଟାଇନ ସେଣ୍ଚରରେ ରଖାଯାଇଛି । ସୂତ୍ରରୁ ପ୍ରକାଶ ଯେ ଏୟାର ଇଣ୍ଡିଆ ବିମାନ ଆଜି ସକାଳ 7 ଟା ପରେ ଦିଲ୍ଲୀରୁ ବିମାନ ଉଡ଼ାଣ କରି ମଧ୍ୟାହ୍ନ 12:30 ରେ ରାଜଧାନୀ ଦିଲ୍ଲୀକୁ ଫେରିଛି।

ପାଇଲଟମାନେ ଯାତ୍ରା ପାଇଁ ଅନୁମତି ପାଇବା ପୂର୍ବରୁ କୋରୋନା ପରୀକ୍ଷା କରାଯାଏ । ରିପୋର୍ଟ ଦେଖିବା ପରେ ସେମାନଙ୍କୁ ଅନୁମତି ଦିଆଯାଏ । ବର୍ତ୍ତମାନ ସୁଦ୍ଧା 45,000 ଭାରତୀୟଙ୍କୁ କେନ୍ଦ୍ରର "ବନ୍ଦେ ଭାରତ ମିଶନ" ଅଧୀନରେ ବିଦେଶରୁ ଘରକୁ ପଠାଯାଇଛି। ଜୁନ୍ 13 ପର୍ଯ୍ୟନ୍ତ ଏକ ଲକ୍ଷ ଅଧିକ ପ୍ରବାସୀଙ୍କୁ ଉଡ଼ାଣ କରାଯିବ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.