ETV Bharat / bharat

କୋରୋନାରେ ଏୟାର ଇଣ୍ଡିଆ ଆର୍ଥିକ ସଙ୍କଟର ସମ୍ମୁଖୀନ କରିଛି: ବେସାମରିକ ମନ୍ତ୍ରୀ - ଏୟାର ଇଣ୍ଡିଆ ଆର୍ଥିକ ସଙ୍କଟର ସମ୍ମୁଖୀନ କରିଛି

ରାଜ୍ୟସଭା ସାଂସଦ ବିନୋଇ ବିଶ୍ୱାମଙ୍କୁ ଲେଖିଥିବା ଚିଠିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଏବଂ ଏଲଡବ୍ଲୁପି ଯୋଜନା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

କୋରୋନାରେ ଏୟାର ଇଣ୍ଡିଆ ଆର୍ଥିକ ସଙ୍କଟର ସମ୍ମୁଖୀନ କରିଛି

author img

By

Published : Oct 15, 2020, 5:25 PM IST

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଲିଭ ୱିଦାଉଟ୍ ପେମେଣ୍ଟ (ଏଲଡବ୍ଲୁପି) ଯୋଜନାକୁ କର୍ମଚାରୀ ଏବଂ ପରିଚାଳନା ପାଇଁ ବିଜୟ ବୋଲି କହିଛନ୍ତି । ଏଥିସହ ଆନ୍ତର୍ଜାତୀୟ ଏବଂ ଘରୋଇ ପରିବହନକାରୀମାନେ ଖର୍ଚ୍ଚାନ୍ତ ହୋଇଥିବାରୁ ଏୟାର ଇଣ୍ଡିଆ ଜଣେ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିନାହିଁ ବୋଲି ସେ କହିଛନ୍ତି । ତେବେ ରାଜ୍ୟସଭା ସାଂସଦ ବିନୋଇ ବିଶ୍ୱାମଙ୍କୁ ଲେଖିଥିବା ଚିଠିରେ ମନ୍ତ୍ରୀ ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଏବଂ ଏଲଡବ୍ଲୁପି ଯୋଜନା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

କୋରୋନା ମହାମାରୀରେ ଏୟାର ଇଣ୍ଡିଆ ମଧ୍ୟ ଏକ ଚ୍ୟାଲେଞ୍ଜିଂ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ କରିଛି । ଏୟାର ଇଣ୍ଡିଆ ଏବଂ ଏହାର ସହାୟକ କମ୍ପାନୀ କର୍ମଚାରୀମାନଙ୍କୁ ଚଳିତ ବର୍ଷ ଜୁନ୍ ମାସରେ ଦରମା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ ସେ କହିଛନ୍ତି, କୋରୋନା କାରଣରୁ ବିଶ୍ୱବ୍ୟାପୀ ବିମାନ ଶିଳ୍ପ ଏକ ଅଦୃଶ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ମହାମାରୀ ବିମାନ କ୍ଷେତ୍ର ଉପରେ ମଧ୍ୟ ଗୁରୁତର ପ୍ରଭାବ ପକାଇଛି । ଯେଉଁଥିପାଇଁ କମ୍ପାନୀର ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସାରା ବିଶ୍ୱରେ ଅନେକ କର୍ମଚାରୀ କୋରୋନା ସଙ୍କଟ ଯୋଗୁଁ ଦରମା ପାଇନାହାଁନ୍ତି । ଏପରିକି ଭାରତର ଅନ୍ୟ ଘରୋଇ ବିମାନ ସେବା ମଧ୍ୟ ଚାକିରୀ ଛଟେଇ କରିବାକୁ ଉଦ୍ୟମ କରିଥିଲେ । ଏପଟେ ସେ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି ଯେ ଏୟାର ଇଣ୍ଡିଆ ଜଣେ ହେଲେ କର୍ମଚାରୀଙ୍କୁ ଛଟେଇ କରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.