ETV Bharat / bharat

କେବଳ ଅଭିନନ୍ଦନ ନୁହେଁ, ପାକିସ୍ତାନକୁ ଚକମା ଦେଇଥିଲେ ଏହି ମହିଳା ଅଧିକାରୀ

ବାଲାକୋଟ ଏୟାର ଷ୍ଟ୍ରାଇକର ପରଦିନ ଭାରତୀୟ ସେନାକୁ ଟାର୍ଗେଟ କରିଥିଲେ ପାକିସ୍ତାନୀ ଲଢୁଆ ବିମାନ।ଆଉ ସେହି ସମୟରେ ଜଣେ ମହିଳା ସ୍କ୍ବାର୍ଡନ ଲିଡର ନିଜ ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଏହି ଆକ୍ରମଣକୁ ବିଫଳ କରାଇଥିଲେ।

author img

By

Published : Apr 4, 2019, 7:32 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକର ପରଦିନ ଭାରତୀୟ ସେନାର ସାମରିକ ଘାଟିକୁଟାର୍ଗେଟ କରିଥିଲାପାକିସ୍ତାନୀ ଲଢୁଆ ବିମାନ । ଆଉ ସେହି ସମୟରେ ଜଣେ ମହିଳା ସ୍କ୍ବାର୍ଡନ ଲିଡର ନିଜ ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଏହି ଆକ୍ରମଣକୁ ପଣ୍ଡ କରିଥିଲେ । ଏହି ମହିଳାଙ୍କୁ ଏବେ ଭାରତୀୟ ବାୟୁସେନା ବିଶିଷ୍ଟ ସେବା ପଦକ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ।

ସୂଚନାନୁସାରେ, ଏହି ମହିଳା ସ୍କ୍ବାର୍ଡନଲିଡର ବାୟୁସେନାର ପଞ୍ଜାବ ସ୍ଥିତ ରାଡାର କଣ୍ଟ୍ରୋଲ ଷ୍ଟେସନରେ କାର୍ଯ୍ୟରତ। ସେ 27 ଫେବୃୟାରୀରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଭାରତୀୟ ଲଢୁଆ ବିମାନକୁ ଲଗାତର ନିର୍ଦ୍ଦେଶ ଦେଉଥିଲେ । ଅପଡେଟ୍ ଦେବା ସହ ପାକିସ୍ତାନର ଆକ୍ରମଣକୁ ବିଫଳ କରିବାରେ ମଧ୍ୟ ସେଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପାକିସ୍ତାନର ଏଫ୍-16 ଓଜେଏଫ୍-17ର ଆକ୍ରମଣକୁ ସେ ଭଣ୍ଡୁରକରିଥିଲେ ।

ମିଳିଥିବା ସୂଚନା ଅନୁସାରେ, ବାୟୁସେନାର ରାଡାର କଣ୍ଟ୍ରୋଲ ହବ୍ ପକ୍ଷରୁ ଦୁଇଟି ସୁଖୋଇ-30 ଏମକେଆଇ ଏବଂ ମିରାଜ-2000କୁ ପୀର ପଞ୍ଜାଲର ଦକ୍ଷିଣ ଏବଂ ଉତ୍ତରରେ ମିଳିତ ଏୟାର୍ ପାଟ୍ରୋଲିଂ ପାଇଁ ଆଲର୍ଟ କରାଯାଇଥିଲା । ତେବେ ପାକିସ୍ତାନୀ ଲଢୁଆ ବିମାନ ଅଧିକ ସଂଖ୍ୟାରେ ଏଲଓସିରେ ଦେଖାଯିବା ଫଳରେ ମିଗ୍‌ 21କୁ ଶ୍ରୀନଗର ଏୟାରବେସ୍‌କୁ ପଠାଯାଇଥିଲା। ଏହି ସମସ୍ତ ଅପରେସନ୍‌ରେ ଉକ୍ତ ମହିଳା ଅଧିକାରୀ ମୁଖ୍ୟ ଭୂମିକା ନେଇଥିଲେ।

ପାକିସ୍ତାନର ଲଢୁଆ ବିମାନ ସହ ଆକାଶ ମାର୍ଗରେ ହୋଇଥିବା ଲଢେଇରେ ଭାରତର ମିଗ୍-21 ନିଜର ଦମ ଦେଖାଇଥିଲା ।ସୂତ୍ର ଅନୁସାରେ, ସେହି ମହିଳା ଅଧିକାରୀ ଜଣଙ୍କ ବାୟୁସେନାର ଲଢୁଆ ବିମାନକୁ ସେହି ଆକ୍ରମଣ ସମୟରେ ମଧ୍ୟ ସଜାଗ କରିଥିଲେ। ଏହି ଲଢେଇରେ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନର ଏଫ୍-16କୁ ଆର୍-73 ମିସାଇଲ ଦ୍ବାରା ତଳକୁ ଖସାଇ ଥିଲେ।

Intro:Body:

New Delhi: The Congress will release its manifesto for the upcoming Lok Sabha polls at various state capitals on Thursday. Party spokespersons will release the manifesto at the state headquarters and list out the key points in the document.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.