ETV Bharat / bharat

ସିଏଏ ବିରୋଧରେ ବିଶାଳ ତ୍ରିରଙ୍ଗା ଧରି ପଦଯାତ୍ରା କରିବେ ଓୱେସି - aimim chief asaduddin owaisi oppose caa

ନାଗରିକତା ସଂଶୋଧନ ଆଇନ, ଏନଆରସି ଏବଂ ଏନପିଆର ବିରୋଧରେ ଏଆଇଏମଆଇଏମର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ହାଇଦ୍ରାବାଦରେ ବିଶାଳ ତ୍ରିରଙ୍ଗା ପଦଯାତ୍ରା କରିବାକୁ ଯାଉଛନ୍ତି । ଏସମ୍ପର୍କରେ ଅଧିକ ପଢନ୍ତୁ...

ତ୍ରିରଙ୍ଗା ଧରି ପଦଯାତ୍ରା କରିବେ ଓୱେସି
ତ୍ରିରଙ୍ଗା ଧରି ପଦଯାତ୍ରା କରିବେ ଓୱେସି
author img

By

Published : Jan 10, 2020, 2:39 PM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ, ଏନଆରସି ଏବଂ ଏନପିଆର ବିରୋଧରେ ଅଲ ଇଣ୍ଡିଆ ମଜଲିସ ଏ ଇତ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ର ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ଶୁକ୍ରବାର ଏକ ବିଶାଳ ତ୍ରିରଙ୍ଗା ରାଲି କରିବାକୁ ଯାଉଛନ୍ତି । ଓୱେସିଙ୍କ ଏହି ତ୍ରିରଙ୍ଗା ପଦଯାତ୍ରା ମୀର ଆଲମ ଈଦଗାହରୁ ବାହାରି ଶାସ୍ତ୍ରୀପୁରମରେ ଶେଷ ହେବ । ଏନେଇ ଓବେସି କହିଛନ୍ତି ଯେ ସେ ଚାରମିନାରରେ ତ୍ରିରଙ୍ଗା ଉଡାଇବେ ।

ଏଥିପାଇଁ ସେ 10 ଫୁଟ ଚଉଡା ଓ 30 ଫୁଟ ଲମ୍ବର ତ୍ରିରଙ୍ଗା ନେଇ 4 କିଲୋମିଟିର ପର୍ଯ୍ୟନ୍ତ ପଦଯାତ୍ରା କରିବେ । ହାଇଦ୍ରାବାଦରେ ୟୁନାଇଟେଡ ମୁସଲିମ ଆକ୍‌ଶନ କମିଟି ବ୍ୟାନର ଅଧିନରେ ସିଏଏ, ଏନଆରସି, ଏନପିଆର ବିରୋଧରେ ତ୍ରିରଙ୍ଗାର ଆୟୋଜନ କରାଯାଇଛି । ଏହାର ନେତୃତ୍ବ ନେଇଛନ୍ତି ଅସଦୁଦ୍ଦିନ ଓୱେସି ।

ପଦଯାତ୍ରା ଶେଷ ହେବା ପରେ ଏଆଇଏମଆଇଏମଲ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ସିଏଏ ବିରୋଧରେ ଭାଷଣ ଦେବେ । ହାଇଦ୍ରାବାଦରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହେଉଥିବା ଉକ୍ତ ପଦଯାତ୍ରାରେ ବହୁ ସଂଖ୍ୟାରେ ଲୋକେ ଯୋଗଦାନ ଦେବେ ବୋଲି ସମ୍ଭାବନା ରହିଛି ।

Intro:Body:

vcv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.