ETV Bharat / bharat

ଅନୁରାଗ ଠାକୁରଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ - owaisi challenges anurag thakur

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ। ଅଧିକ ପଢନ୍ତୁ...

asaduddin-owaisi
ଅସଦୁଦ୍ଦୀନ ଓୱେସୀ
author img

By

Published : Jan 29, 2020, 9:03 AM IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ 'ଦେଶଦ୍ରୋହୀଙ୍କୁ ଗୁଳି ମାର' ବୟାନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହି ବୟାନକୁ ନେଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ ତାଙ୍କ ଉପରେ ବର୍ଷିଛନ୍ତି । ଏହା ସହିତ ଯେକୌଣସି ସ୍ଥାନକୁ ଡାକି ତାଙ୍କୁ ଗୁଳି କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।

ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓୱେସୀ ଅନୁରାଗ ଠାକୁରଙ୍କ ଉଦ୍ଦେଶ୍ୟରେ କହିଛନ୍ତି,'ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି, ଆପଣ ଯେକୌଣସି ସ୍ଥାନ କହିଲେ ମୁଁ ଯିବି। ଆପଣ ମୋତେ ଗୁଳି ମାରନ୍ତୁ। ଆପଣଙ୍କ ବୟାନ ମୋ ମନରେ ଭୟ ସୃଷ୍ଟି କରୁଛି। କାରଣ ଆମର ବହୁ ସଂଖ୍ୟାକ ମା-ଭଉଣୀ ଦେଶକୁ ବଞ୍ଚାଇବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।'

ସୋମବାର ଦିଲ୍ଲୀର ରିଠାଲାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଦେଶଦ୍ରୋହୀଙ୍କୁ 'ଗୋଲି ମାରୋ' ନାରା ଦେଇଥିଲେ। ତାଙ୍କ ବିବାଦୀୟ ବୟାନ ପାଇଁ ନିର୍ବାଚନ ଆୟୋଗ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କହିଛନ୍ତି। ଜାନୁଆରୀ 30 ମଧ୍ୟାହ୍ନ 12 ଟା ସୁଦ୍ଧା ତାଙ୍କୁ ଜବାବ ରଖିବାକୁ ନିର୍ବାଚନ ଆୟୋଗ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.