ମୁମ୍ବାଇ: ମହାରାଷ୍ଟ୍ରର ମିଳିତ ସରକାରର ମନ୍ତ୍ରୀ ତଥା ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ବାଲା ସାହେବ ଥୋରାଟ ଆଲ-ଇଣ୍ଡିଆ-ମଜଲିସ-ଏ-ଇଦେହାଦ-ଉଲ-ମୁସଲିମ (ଏଆଇଏମଆଇଏମ)କୁ ଭାରତୀୟ ଜନତା ପାର୍ଟି (ବିଜେପି)ର ଏକ ଟିମ ବୋଲି କହିଛନ୍ତି ।
ଶୁକ୍ରବାର ପୁଣେରେ ଏଆଇଏମଆଇଏମ ନେତା ୱାରିସ ପଠାନ 15 କୋଟି ମୁସଲିମ 100 କୋଟି ଭାରତୀୟ ହିନ୍ଦୁଙ୍କ ଉପରେ ଭାରି ପଡିବେ ବୋଲି ଦେଇଥିବା ବୟାନକୁ ନେଇ ବାଲା ସାହେବ ଥୋରାଟ ଦେଇଥିଲେ ଏହି ବୟାନ । ସେ କହିଥିଲେ କି ଏଆଇଏମଆଇଏମ ବି ବିଜେପିର ଏକ ଟିମ । ସେମାନେ ନାଗରିକ ସଂଶୋଧନ ଆଇନ (ସିଏଏ) ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନଆରସି) ମାଧ୍ୟମରେ ସମାଜକୁ ଭାଗ ଭାଗ କରିବା ପାଇଁ ଚାହୁଁଛନ୍ତି । ସମାଜର ବିଦ୍ବେଷ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।
ଏନେଇ ଭାରତୀୟ ଜନତା ପାର୍ଟି କହିଛି ଭାରତରେ ସିଏଏ, ଏନଆରସି ଓ ଏନପିଆରକୁ ନେଇ ଲୋକଙ୍କ ବିରୋଧ ପ୍ରଦର୍ଶନ ପଛରେ ଏଆଇଏମଆଇଏମର ହାତ ରହିଛି । ଏହି ଦଳର ନେତାମାନେ ମୁସଲିମ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଭେଦଭାବ ସୃଷ୍ଟି କରି ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ