ETV Bharat / bharat

ହାତ ତିଆରି ସାନିଟାଇଜର ଓ ପ୍ଲାଷ୍ଟିକ ମାସ୍କ ବ୍ୟବହାର କଲେ ଏମ୍ସ ଡାକ୍ତର - ହାତ ତିଆରି ସାନିଟାଇଜର

ହାତ ତିଆରି ସାନିଟାଇଜର ଓ ପ୍ଲାଷ୍ଟିକ ମାସ୍କ ବ୍ୟବହାର କଲେ ଏମ୍ସ ଡାକ୍ତର । ନିଜେ ଲ୍ୟାବରେ ଏହାକୁ ତିଆରି କରି ବ୍ୟବହାର କରିଛନ୍ତି ଡାକ୍ତରୀ ଟିମ୍‌। ଅଧିକ ପଢନ୍ତୁ...

aiims doctor use self made hand sanitizer and plastic mask
ହାତ ତିଆରି ସାନିଟାଇଜର ଓ ପ୍ଲାଷ୍ଟିକ ମାସ୍କ ବ୍ୟବହାର କଲେ ଏମ୍ସ ଡାକ୍ତର
author img

By

Published : Mar 19, 2020, 6:55 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ 169ଟି ଦେଶକୁ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ସାରା ବିଶ୍ବରେ କରୋନା ଯୋଗୁଁ 7ହଜାରରୁ ଊର୍ଦ୍ଧ୍ବ ପ୍ରାଣ ହରାଇଥିବା ବେଳେ ଓ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2ଲକ୍ଷରୁ ଊର୍ଦ୍ଧ୍ବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚୀନ ପରେ ଇଟାଲୀ, ଇରାନ ଓ ସ୍ପେନ୍‌ରେ କରୋନାକୁ ନେଇ ସ୍ଥିତି ଅସମ୍ଭାଳ ହୋଇଛି । ଏହି ସମୟରେ ଭାରତରେ ମଧ୍ୟ ବ୍ୟାପିବାରେ ଲାଗିଛି ଏହି ଭୂତାଣୁ ।

ଏନେଇ ଦିଲ୍ଲୀ ଏମ୍ସ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ ଓ ଡାକ୍ତର ହାତ ତିଆରି ସାନିଟାଇଜର ଏବଂ ପ୍ଲାଷ୍ଟିକ ମାସ୍କ ବ୍ୟବହାର କରୁଛନ୍ତି। ନିଜ ଲାବରୋଟୋରୀରେ ଏହାକୁ ତିଆରି କରିଛନ୍ତି ଡାକ୍ତର । ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ ଯୋଗାଉଥିବା ମାସ୍କ ଏବଂ ସାନିଟାଇଜର କମ୍‌ ପଡିବାରୁ ହସ୍ପିଟାଲରେ ଡାକ୍ତର ମାସ୍କ ଏବଂ ସାନିଟାଇଜର ତିଆରି ଆରମ୍ଭ କରିଥିଲେ ।

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଲାବ ଇନଚାର୍ଜ ଡ.ପୂର୍ବା ମାଥୁର । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ନିର୍ଦ୍ଦେଶାବଳୀ ଅନୁସାରେ ଏହା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା 20 ଲିଟର ସାନିଟାଇଜର ଏବଂ 100ଟି ମାସ୍କ ତିଆରି ସରିଲାଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.