ETV Bharat / bharat

ଏମ୍ସ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ନିର୍ଯାତନା ଅଭିଯୋଗ - ଯୌତୁକ ନିର୍ଯାତନା

ଏମ୍ସର ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସ୍ବାମୀ ଏବଂ ଶ୍ବଶୁରଙ୍କ ନିର୍ଯାତନା ସହି ନପାରି ଡାକ୍ତର ସୋନମ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା।

ପ୍ରତିକାତ୍ମକ ଫଟୋ
author img

By

Published : Nov 22, 2019, 12:04 PM IST

ନୂଆଦିଲ୍ଲୀ: ଏମ୍ସର ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ। ଦିଲ୍ଲୀର ସେକ୍ଟର 43 ସ୍ଥିତ ବାସଭବନରୁ ଉଦ୍ଧାର ହୋଇଛି ମୃତଦେହ। ଅତ୍ୟଧିକ ଡ୍ରଗ୍ସ ଗ୍ରହଣ ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ପରିଚୟ ହେଉଛି ସୋନମ ମୋତିସ।

ସ୍ବାମୀ ଏବଂ ଶ୍ବଶୁରଙ୍କ ନିର୍ଯାତନା ସହି ନପାରି ସୋନମ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ହେଲେ ଏବେ ସୁଦ୍ଧା ଏ ଘଟଣାରେ କାହାକୁ ଗିରଫ କରାଯାଇନଥିବା ଜଣାପଡିଛି । 29 ବର୍ଷିୟା ସୋନମ 2017 ରେ ଏମ୍ସରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ । ସେ 2018 ମେ 11 ରେ ଶିଖର ମୋର ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛି ମାସ ପରେ ହିଁ ଶ୍ବଶୁର ଘର ପରିବାର ଯୌତୁକ ପାଇଁ ଝିଅ ଉପରେ ଅକଥନୀୟ ନିର୍ଯାତନା ଆରମ୍ଭ କରିଦେଇଥିଲେ ବୋଲି ସୋନମଙ୍କ ବାପା କହିଛନ୍ତି।

ଶିଖର ଡ୍ରଗ ଆଡିକ୍‌ଟେଡ ଥିଲେ। ସର୍ବଦା ସେ ନିଶାଗ୍ରସ୍ତ ରହୁଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ସୋନମଙ୍କୁ ପିଟୁଥିଲେ। ଏପରିକି ଦିନେ ପିଟି ପିଟି ତାଙ୍କ ଗୋଡ ମଧ୍ୟ ଭାଙ୍ଗି ଦେଇଥିଲେ ଶିଖର। ଏପରି ଶାରିରୀକ ଏବଂ ମାନସିକ ଚାପ ସହି ନପାରି ସୋନମ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ସେ ପଟେ ସୋନମଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.