ETV Bharat / bharat

ଏମ୍ସ ଖୋଜିବ ଚମକି ଜ୍ବରର କାରଣ

ମୁଜାଫରପୁରେ ବ୍ୟାପିଥିବା ଚମକି ଜ୍ବରର କାରଣ ଦିଲ୍ଲୀ ଏମ୍ସ ଖୋଜିବ । ଆସନ୍ତା ମାସଠାରୁ ଏହି ଗବେଷଣା ଆରମ୍ଭ ହେବ । କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଇଣ୍ଡିଆନ ଇମ୍ଫ୍ରାଷ୍ଟ୍ରକଚର ଲିମିଟେଡ ସିଏସଆର ଜରିଆରେ ଅର୍ଥ ଘୋଷଣା କରିଛନ୍ତି ।

author img

By

Published : Jun 23, 2019, 6:19 PM IST

Updated : Jun 23, 2019, 6:55 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଚମକି ଜ୍ବରର ପ୍ରକୋପରେ ମୁଜାଫରପୁରରେ ବର୍ତ୍ତମାନ ପର୍ଯ୍ୟନ୍ତ 125 ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଲାଣି । ଜ୍ବର ପଛରେ କଣ କାରଣ ରହିଛି ତାହା କୌଣସି ଡାକ୍ତର ଖୋଜି ପାଉନାହାଁନ୍ତି । ଏବେ ଯାଏଁ ଚମକି ଜ୍ବରକୁ ଅଜ୍ଞାନ ଶ୍ରେଣୀରେ ରଖାଯାଇଥିବା ବେଳେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ତଥା ଏମ୍ସ ଏହି ଗମ୍ଭୀର ରୋଗ ପଛର ବାସ୍ତବିକ କାରଣ ଉପରେ ଅଧ୍ୟୟନ କରିବାକୁ ଯାଉଛି ।

ଆସନ୍ତା ମାସଠାରୁ ଏମ୍ସରେ ଆରମ୍ଭ ହେବାକୁ ଯାଉଥିବା ଏହି ଗବେଷଣା ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଇଣ୍ଡିଆନ ଇନମ୍ଫ୍ରାଷ୍ଟ୍ରକଚର ଲିମିଟେଡ ସିଏସଆର ଜରିଆରେ ଅର୍ଥ ଘୋଷଣା କରିଛନ୍ତି ।

ପ୍ରତିବର୍ଷ ଚମକି ଜ୍ବର ପ୍ରଭାବରେ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ ଏମ୍ସରେ ଏହି ଅଧ୍ୟୟନ ରୋଗ ପଛର ସଠିକ କାରଣ ଖୋଜିବାରେ ସାହାଯ୍ୟ କରିବ ବୋଲି ଏମ୍ସର ଶିଶୁ ବିଭାଗ ପ୍ରମୁଖ ପ୍ରଫେସର ଶେଫାଳୀ ହୁଲାଟୀ କହିଛନ୍ତି ।

Intro:Body:

dfgd

Conclusion:
Last Updated : Jun 23, 2019, 6:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.