ETV Bharat / bharat

ଗୁଜୁରାଟରେ କୋରୋନା ଆକ୍ରାନ୍ତ 432, ଅହମ୍ମଦାବାଦରେ ସର୍ବାଧିକ

author img

By

Published : Apr 11, 2020, 6:53 PM IST

ପରିସ୍ଥିତିକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ବିଭିନ୍ନ ଜାଗାକୁ ସାନିଟାଇଜ କରାଯାଉଛି । ଏହିକ୍ରମରେ ଶନିବାର ଅହମ୍ମଦାବାଦର ମାନେକ ଛକକୁ ଦମକଳବାହିନୀ ସାନିଟାଇଜ କରିଛି ।

ଗୁଜୁରାଟରେ କୋରୋନା ଆକ୍ରାନ୍ତ 432, ଅହମ୍ମଦାବାଦରେ ସର୍ବାଧିକ
ଗୁଜୁରାଟରେ କୋରୋନା ଆକ୍ରାନ୍ତ 432, ଅହମ୍ମଦାବାଦରେ ସର୍ବାଧିକ

ଅହମ୍ମଦାବାଦ: ଗୁଜୁରାଟରେ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ନିଜାମୁଦ୍ଦିନ ଓ ବିଦେଶ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କୋରୋନା ପଜିଟିଭ ବଢିବାରେ ଲାଗିଛି । ବିଶେଷ କରି ଅହମ୍ମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି ।

ଏପର୍ଯ୍ୟନ୍ତ ଗୁଜୁରାଟରେ ମୋଟ 432ଟି ପଜିଟିଭ କେସ ବାହାରିଛି । ଏଥିରୁ ଅହମ୍ମଦାବାଦରେ 228 ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ଦ୍ବିତୀୟ ସର୍ବାଧିକ ଭାବେ ଭଦୋଦରାରେ 77ଟି ପଜିଟିଭ ମାମଲା ଆସିଛି । ଦିଲ୍ଲୀ ନିଜାମୁଦ୍ଦିନରୁ ଅନେକ ଫେରନ୍ତା ନିକଟରେ ବାହାରିବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ବିଦେଶରୁ ଆସିଥିବା କିଛି ଲୋକ ନିଜ ତଥ୍ୟ ଲୁଚାଇଥିଲେ । ଯାହା ଏବେ ଧରାପଡିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ପରିସ୍ଥିତିକୁ ଲକ୍ଷ୍ୟ କରି ସରକାରଙ୍କ ପକ୍ଷରୁ ବିଭିନ୍ନ ଜାଗାକୁ ସାନିଟାଇଜ କରାଯାଉଛି । ଏହିକ୍ରମରେ ଶନିବାର ଅହମ୍ମଦାବାଦର ମାନେକ ଛକକୁ ଦମକଳ ବାହିନୀ ସାନିଟାଇଜ କରିଛି । ଏଠାରେ ଥିବା ବିଭିନ୍ନ ଦୋକାନ, ଘର ଦାଣ୍ଡ, ମଲ ଆଦିକୁ ସଫେଇ କରାଯାଇଛି । ଏହି ଛକ ସହରର ବହୁତ ବ୍ୟସ୍ତବହୁଳ ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.