ETV Bharat / bharat

କୋରୋନା ଡେଥସ୍ପଟ ପାଲଟିଲା ଅହମ୍ମଦାବାଦ, 10 ଦିନରେ 250 ମୃତ୍ୟୁ - ଅହମ୍ମଦାବାଦ

ଗତ 84 ଦିନ ମଧ୍ୟରେ ଗୁଜୁରାଟରେ କୋରୋନାରେ 1385 ଜଣଙ୍କ ମୃତ୍ୟୁ ଘଟିଛି । ଏହି ମୃତ୍ୟୁ ମଧ୍ୟରୁ 1117 କେବଳ ଅହମ୍ମଦାବାଦରେ ଘଟିଛି | ଗତ 10 ଦିନ ମଧ୍ୟରେ ଗୁଜୁରାଟରେ କୋରୋନା ଯୋଗୁଁ 309 ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ କେବଳ ଅହମ୍ମଦାବାଦରେ 250 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନା ଡେଥସ୍ପଟ ପାଲଟିଲା ଅହମ୍ମଦାବାଦ, 10 ଦିନରେ 250 ମୃତ୍ୟୁ

author img

By

Published : Jun 13, 2020, 4:32 PM IST

ଅହମ୍ମଦାବାଦ: ସାରା ଦେଶରେ କୋରୋନା ବିପର୍ଯ୍ୟୟ ଜାରି ରହିଛି। ଦିନକୁ ଦିନ ପରିସ୍ଥିତି ସାଙ୍ଘାତିକ ଆଡକୁ ଗତି କରୁଛି । ଦେଶର ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ଦିଲ୍ଲୀ , ତାମିଲନାଡୁ ଓ ଗୁଜୁରାଟ ରହିଛି । ଅନଲକ-1 ପର ଠାରୁ ଅହମ୍ମଦାବାଦରେ ଏବେ କୋରୋନାର ନୂଆ ଡେଥସ୍ପଟ ପାଲଟିଛି ।

କୋଲକାତା ସହିତ ଅହମ୍ମଦାବାଦରେ ମଧ୍ୟ କୋରୋନା ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । କୋଲକାତାରେ ମୃତ୍ୟୁହାର 9 ପ୍ରତିଶତ ରହିଥିବାବେଳେ ଅହମ୍ମଦାବାଦରେ ମୃତ୍ୟୁହାର 7.1 ପ୍ରତିଶତରେ ପହଞ୍ଚିଛି । ସେହିପରି ଗତ 2ଦିନ ମଧ୍ୟରେ ଅହମ୍ମଦାବାଦ ଡେଥ୍‌ସ୍ପଟ ପାଲଟିଛି । ଏଠାରେ ପ୍ରତି 100ଟି ମାମଲା ମଧ୍ୟରୁ 7ଟି ଲୋକଙ୍କ ମୃତ୍ୟୁ ରିପୋର୍ଟ କରାଯାଉଛି । ଗତ ମାସରେ ଅହମ୍ମଦାବାଦରେ ମୃତ୍ୟୁହାର 5 ପ୍ରତିଶତ ରହିଥିବାବେଳେ ଏବେ ଏଥିରେ 2.1 ପ୍ରତିଶତ ବୃଦ୍ଧି ଘଟି 7.1ରେ ପହଞ୍ଚିଛି ।

ଗୁଜୁରାଟରେ ମୃତ୍ୟୁହାର 9.16 ପ୍ରତିଶତ ରିପୋର୍ଟ କରାଯାଇଛି । ଗତ 84 ଦିନ ମଧ୍ୟରେ କୋରୋନାରେ ମୋଟ 1385 ଜଣଙ୍କ ମୃତ୍ୟୁ ହୋଇଛି ଯେଉଁଥିରେ 1117 ଜଣ କେବଳ ଅହମ୍ମଦାବାଦର । ଗତ 10 ଦିନର ରେକର୍ଡକୁ ଦେଖିଲେ ଗୁଜୁରାଟରେ 309 ଲୋକେ କୋରୋନା ଯୋଗୁଁ ପ୍ରାଣ ହାରିଛନ୍ତି । ଯେଉଁଥିରେ 250 ଜଣ କେବଳ ଅହମ୍ମଦାବାଦର ।

ଅହମ୍ମଦାବାଦରେ ଅଧିକ ଚିନ୍ତାଜନକ ବିଷୟ ହେଉଛି ଯେ, ପ୍ରତି ମିଲିୟନ ପ୍ରତି ଏଠି 1797 ଜଣ ଲୋକ କୋରୋନାରେ ଆକ୍ରାନ୍ତ ହେଉଥିବାବେଳେ ମୁମ୍ବାଇରେ 3316, ଚେନ୍ନାଇରେ 3229 ଦେଶର ସର୍ବୋଚ୍ଚ ସହର ମଧ୍ୟରେ ମୃତ୍ୟୁ ହାର ସର୍ବାଧିକ। ଅହମ୍ମଦାବାଦରେ ନିୟୁତ ଲୋକଙ୍କ ପାଇଁ 128, ମୁମ୍ବାଇରେ 113, ଦିଲ୍ଲୀରେ 43 ଏବଂ ଚେନ୍ନାଇରେ 31 ଜଣଙ୍କର ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ ଅନଲକ୍ -1 ପରେ ଗୁଜୁରାଟରେ ଜୁନ୍ 1 ରୁ ଜୁନ୍ 5ର ସରକାରୀ ତଥ୍ୟ ଅନୁଯାୟୀ, 11 ଦିନ ମଧ୍ୟରେ 5273 ଟି ପଜିଟିଭ ମାମଲା ପଞ୍ଜିକୃତ ହୋଇଛି। ଯେଉଁଥିରେ 347 ଜଣଙ୍କର ମୃତ୍ୟୁ ହୋଇଛି। ଅନଲକ୍ -1 ରେ ପ୍ରତିଦିନ 490 ରୁ 510 ପଜିଟିଭ ମାମଲା ରେକର୍ଡ ହେଉଛି । ପ୍ରତିଦିନ ହାରାହାରି 32 ଜଣ ଲୋକଙ୍କ ମୃତ୍ୟୁ ହେଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.